ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ

ବରଗଡ଼: ଜଳର ଅପଚୟ କିମ୍ବା ପ୍ରଦୂଷିତ କରାଯାଉ ନଯାଉ । ବରଗଡ଼ ଜିଲ୍ଲାରେ ପାଣିର ବ୍ୟବହାର ଅଧିକ ଅଟେ। ଏହାର ସଦବିନିଯୋଗ ଦ୍ଵାରା ଆଗାମୀ ପିଢ଼ି ପାଇଁ ଆମେ ଜଳ ସଂରକ୍ଷଣ କରିପାରିବା ଜରୁରୀ ବୋଲି ଆଜି ବରଗଡ଼ କେନାଲ ବିଭାଜନ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ବକ୍ତା ମାନେ ମତପ୍ରକାଶ କରିଥିଲେ।

ସେହିପରି ଜିଲ୍ଲାରେ ଧାନ ସହ ବିକଳ୍ପ ଚାଷ ଯଥା ତୈଳବିଜ, ଡାଲି ଜାତୀୟ ଓ ପରିପରିବା ଚାଷ ଉପରେ ଚାଷୀ ମାନେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ବର୍ତ୍ତମାନ ଠାରୁ ଆମେ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ।

ଜଳ ସଂପଦ ବିଭାଗ ବରଗଡ଼ର କେନାଲ ଡିଭିଜନ ପକ୍ଷରୁ ଆୟୋଜିତ ପାଣି ପଂଚାୟତ କାର୍ଯ୍ୟକ୍ରମରେ ଅଧ୍ୟାପିକା ସଂଘମିତ୍ରା ମିଶ୍ର ସଭା ସଂଚାଳନ କରିଥିଲେ । ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ବରଗଡ଼ ସାଂସଦ ପ୍ରତିନିଧି ସୁରେଶ୍ଵର ଶତପଥୀ, ବୁର୍ଲା କେନାଲ ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇ° ସରୋଜକାନ୍ତି ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ ମଞ୍ଚାସୀନ ଥିଲେ । ଇ° ସୁବାସ ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଇ° ବିଶ୍ଵଜିତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଶେଷରେ ପାଣି ପଞ୍ଚାୟତ ପକ୍ଷ ପାଳନ ପରିପ୍ରେକ୍ଷୀରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ରଛାତ୍ରୀ ଓ ସଫଳ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା ।

Comments are closed.