ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ମୃତ, ଜଣେ ଗୁରୁତର | News Room Odisha

ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ମୃତ, ଜଣେ ଗୁରୁତର

କେନ୍ଦୁଝର – କେନ୍ଦୁଝର ଜିଲ୍ଲା ରୁଟିଶିଳା ଗାଁ ନିକଟରେ ସଡ଼କ ଦୁର୍ଘଟଣା । ଆଜି ସକାଳେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ଆଜି ସକାଳେ ଏକ ବାଇକରେ ତିନି ଜଣ ବ୍ୟକ୍ତି ଦେଓଗଞ୍ଜରୁ ଚାନ୍ଦପୋଷି ଯାଉଥିବା ବେଳେ ବୀପରିତ ଦିଗରୁ ଜଣେ ବାଇକ୍ ଆରୋହୀଙ୍କ ସହ ରୁଟିଶିଳା ଗାଁ ନିକଟରେ ଟର୍ଣ୍ଣି ମୁହାଁମୁହିଁ ଧକ୍କା ହୋଇଥିଲା।

ଘଟଣାସ୍ଥଳରେ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଥିଲା । ୪ ଜଣଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ବାଇକ୍ ଆରୋହୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।