କୋରାପୁଟ ତୋୟାପୁଟରେ ଅଭାବନୀୟ ଘଟଣା, ଘର ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର | News Room Odisha

କୋରାପୁଟ ତୋୟାପୁଟରେ ଅଭାବନୀୟ ଘଟଣା, ଘର ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର

କୋରାପୁଟ – ଘର ଭିତରୁ ଉଦ୍ଧାର ହେଲା ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ତୋୟାପୁଟରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକମାନେ ହେଲେ ଲିଙ୍ଗା ବିଷୋଇ, ତାଙ୍କ ସ୍ତ୍ରୀ ଓ ୪ ବର୍ଷର ଛୋଟ ଝିଅ। ଲିଙ୍ଗାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ମୃତଦେହ ସୋଫାରେ ପଡିଥିବା ଓ ଛୁଆର ମୃତଦେହ ସୋଫା ତଳୁ ଉଦ୍ଧାର ହୋଇଛି। ଏହି ଘଟଣା ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଘଟଣା ସ୍ଥଳରେ ଲକ୍ଷ୍ମୀପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପାରିବାରିକ ଅଶାନ୍ତି ଓ ଆର୍ଥିକ ଅନଟନ ଯୋଗୁଁ ସେମାନେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।