ଯାତ୍ରା ଦେଖି ଫେରୁଥିଲା ବେଳେ କେନାଲକୁ ଖସି ପଡିଲା ବାଇକ, ଘରକୁ ଫେରିଲେନି ତିନି ଜଣ | News Room Odisha

ଯାତ୍ରା ଦେଖି ଫେରୁଥିଲା ବେଳେ କେନାଲକୁ ଖସି ପଡିଲା ବାଇକ, ଘରକୁ ଫେରିଲେନି ତିନି ଜଣ

ବାରିପଦା – ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ହାତୀବାରୀଠାରେ ଏକ ବାଇକ୍ କେନାଲ ଭିତରକୁ ଖସିପଡିବାରୁ ଏଥିରେ ବସିଥିବା ୩ ଜଣଙ୍କର ମୃତ୍ୟୁ ହୋଇଛି । ବାଇକରେ ବସିଥିବା ଅନ୍ୟଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ। ଯାତ୍ରା ଦେଖି ଫେରିବା ବେଳେ ବାଇକ କେନାଲ ଭିତରକୁ ଖସି ପଡ଼ିଥିଲା । ସନ୍ଧ୍ୟା ୭ଟାରେ ଦୁର୍ଘଟଣା ଘଟିଥିଲା। ବାଇକରେ ଯାଉଥିବା ଲୋକେ କେନାଲରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଡାକ୍ତରଖାନା ନେଇଥିଲା। ସେଠାରେ ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।