ସମ୍ବଲପୁର ବିଜେଡି ପକ୍ଷରୁ ବିଜୁ ଜୟନ୍ତୀ: ବିଜୁଙ୍କ ଆଦର୍ଶରେ ନବୀନ ଓଡିଶା ଗଠନ ଆହ୍ବାନ

ସମ୍ବଲପୁର: ବିଜୁ ଜନତା ଦଳ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ପାଳିତ ହୋଇଯାଇଛି I ଏହି ଅବସରରେ ଅପରାହ୍ନରେ ସ୍ଥାନୀୟ ଗଙ୍ଗାଧର ମଣ୍ଡପ ପଡିଆଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା I ପୂର୍ବତନ ବିଧାୟିକା ତଥା ବିଜେଡି ସାଧାରଣ ସଂପାଦିକା ଡ଼ଃ ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଂ. ରୋହିତ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ I ସଭାରେ ମହାନ୍ ଜନନାୟକ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ “ନବୀନ ଓଡିଶା” ଗଠନ ପାଇଁ କର୍ମୀ ମାନେ ସଂକଳ୍ପବଦ୍ଧ ହେବାକୁ ନେତୃ ମଣ୍ଡଳୀ ଆହ୍ୱାନ କରିଥିଲେ I ଦୂରଦ୍ରଷ୍ଟା ବିଜୁ ବାବୁଙ୍କ ସାଲିସ ବିହୀନ ରାଜନୀତିକୁ ଆମେ ପାଥେୟ କରି କେନ୍ଦ୍ର ସରକାରଙ୍କ ଗରିବ ଖଟିଖିଆ ମାରାଣ ନୀତିକୁ ସମସ୍ତେ ମିଳିତ ଭାବେ ପ୍ରତିବାଦ କରିବା ସହ ବିଜୁ ବାବୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସପ୍ନକୁ ସାକାର କରିବାକୁ ପୂର୍ବତନ ବିଧାୟିକା ଡ଼ଃ ପାଣିଗ୍ରାହୀ ସମବେତ କର୍ମୀ ମାନଙ୍କୁ ଆହ୍ୱାନ କରିଥିଲେ I ବିଜୁ ବାବୁଙ୍କ ଚିନ୍ତାଧାରାକୁ ନେଇ ଗଣ ତାନ୍ତ୍ରିକ ମୂଲ୍ୟବୋଧ ଭିତ୍ତିକ ଏକ ଶପଥ ପାଠକୁ ଜ଼ିଲ୍ଲା ସଭାପତି ଇଂ. ସିଦ୍ଧାର୍ଥ ଦାସ ପଠନ ପୂର୍ବକ ରାଜ୍ୟ ସରକାରଙ୍କ ଉର୍ନ୍ନୟନ ତଥା ବିକାଶ ଧାରା ସରକାରୀ ଯୋଜନାର ସୁଫଳ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବାକୁ ଅନୁରୋଧ କରିଥିଲେ I ସଭାରେ ପୂର୍ବତନ ରାଜ୍ୟସଭା ସାଂସଦ ସୁଶ୍ରୀ ପ୍ରମିଳା ବହିଦାର, ବିଜେଡି ପ୍ରବକ୍ତା ସଞ୍ଜୟ ବାବୁ, ପୂର୍ବତନ ଏସଡିଏ ଅଧକ୍ଷ ବିଜୟ ମହାନ୍ତି, ପୂର୍ବତନ ଜ଼ିଲ୍ଲା ସଭାପତି ଆର୍ତ୍ତତ୍ରାଣ ମିଶ୍ର, ମହିଳା ଜୋନାଲ ସଭାନେତ୍ରୀ ସିପ୍ରା ମହାନ୍ତି, ଜୀବନ ବିନ୍ଦୁ ଜ଼ିଲ୍ଲା ସଂଯୋଜିକା କବିତା ପୁରୋହିତ,ମହିଳା ବିଜେଡି ଜ଼ିଲ୍ଲା ସଭାନେତ୍ରୀ ଡ଼ଃ ସଂଯୁକ୍ତା ମେହେର,
, ମହିଳା ବିଜେଡି ଜ଼ିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ଉଷା ପ୍ରଧାନ, ଯୁବ ବିଜେଡି ଜ଼ିଲ୍ଲା ସଭାପତି ଲଷ୍ମୀ ପ୍ରସାଦ ମହାପାତ୍ର, ଛାତ୍ର ବିଜେଡି ଜ଼ିଲ୍ଲା ସଭାପତି ଶୁଭ୍ରାଂଶୁ ପାଢ଼ୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ I ଜ଼ିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ନନ୍ଦ, ଯୁବ ବିଜେଡି ଜୋନ ସଭାପତି ଦେବାଶିଷ ପରିଡା, ଯୁବ ବିଜେଡି ମହାନଗର ନିଗମ ସଭାପତି ନିଶାନ୍ତ ବହିଦାର ପ୍ରମୁଖ ମଞ୍ଚାସିନ ଥିଲେ I ଏହି ଅବସରରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜୁ ବାବୁଙ୍କ ସହ କାର୍ଯ୍ୟ କରିଥିବା ବିଜୁ ପ୍ରେମୀ ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା I ସଭା ପ୍ରାରମ୍ଭରେ ଅତିଥି ଗଣ ଇଷ୍ଟଦେବୀ ସମଲେଶ୍ୱରୀ ଏବଂ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ କରିଥିଲେ I ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସତୀଶ ବିଶି ଅତିଥି ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ I ପରିଶେଷରେ ଅନ୍ୟତମ ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I
ସମ୍ବଲପୁର ମହାନଗର ନିଗମ ଯୁବ ବିଜେଡି ପକ୍ଷରୁ ସକାଳ ୮ଟାରେ ସ୍ଥାନୀୟ ଅଇଁଠାପାଲି ଠାରୁ ଏକ ସାଇକଲ ଶୋଭାଯାତ୍ରା ବାହାରି ବରେଇପାଲି ଛକ ଦେଇ ପରିକ୍ରମା କରିବା ପରେ ରେମେଡ଼ ଛକ ଠାରେ ପହଞ୍ଚିଥିଲେ I ସେଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ ନେତା ଓ କର୍ମୀ I ଏହି ସାଇକେଲ ଶୋଭାଯାତ୍ରାକୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଂ. ରୋହିତ ପୂଜାରୀ ଏବଂ ପୂର୍ବତନ ବିଧାୟିକା ଡ଼ଃ ରାସେଶ୍ୱରୀ ପାଣିଗ୍ରାହୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ I ସକାଳ ୧୦ ଘଣ୍ଟା ୩୦ ମି. ସମୟରେ ଜ଼ିଲ୍ଲା ମୂଖ୍ଯ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଏବଂ ଦୁର୍ଗାପାଲି ସ୍ଥିତ ଦୟା ମଣି ବ୍ରୁଦ୍ଧାଶ୍ରମ ଅନ୍ତେବାସୀ ମାନଙ୍କୁ ଫଳ ଏବଂ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା I ଆଜିକାର ଏହି ବିଜୁ ଜୟନ୍ତୀ ପାଳନ କାର୍ଯ୍ୟକ୍ରମକୁ ବିଜେଡି ନେତା ସୁମନ୍ତ୍ର ପଣ୍ଡା, ଭୋଲା ମହତ୍ତମ, ମହେଶ ଶର୍ମା, କଳ୍ପନା ମିଶ୍ର, ପ୍ରସନ୍ନ ସାହୁ, ସୁରେନ୍ଦ୍ର ବିଶ୍ୱାଳ, ପ୍ରଦୀପ ରାଉତରାୟ, ଜିତୁ ପଟ୍ଟନାୟକ ପ୍ରମୁଖ ଦଳୀୟ କର୍ମୀ ସାମିଲ ରହି ସଫଳ ଆୟୋଜନ କରିଥିଲେ I

Comments are closed.