ଶୃଙ୍ଖଳିତ ଓ ସୁରକ୍ଷିତ ହୋଲି ପାଇଁ କମିଶନରେଟ ପୋଲିସର ବିଶେଷ ବ୍ୟବସ୍ଥା | News Room Odisha

ଶୃଙ୍ଖଳିତ ଓ ସୁରକ୍ଷିତ ହୋଲି ପାଇଁ କମିଶନରେଟ ପୋଲିସର ବିଶେଷ ବ୍ୟବସ୍ଥା

ଭୁବନେଶ୍ୱର – ଆସନ୍ତାକାଲି ହୋଲି । ସୁରକ୍ଷିତ ଓ ଶୃଙ୍ଖଳିତ ହୋଲି ପାଇଁ କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ଘୋଷଣା କରାଯାଇଛି । ହୋଲି ଉତ୍ସବ ନାଁରେ ନିଶା ଖାଇ ମଉଜ କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଭୁବନେଶ୍ଵରରେ ଉପଦ୍ରବକାରୀଙ୍କ ଉପରେ ନଜର ରଖିବ ସ୍ପେଶାଲ ସ୍କ୍ୱାଡ୍ ଓ ଟିମ୍-୬୦ । ୩୧ଟି ସ୍ଥାନରେ ପିକେଟିଂ କରିବ ପୋଲିସ । ୧୭ଟି ମୋବାଇଲ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଫୋର୍ସ ରହିବେ
୪ ଜଣ ଏଡିସିପି ସୁପରଭାଇଜିଂ ଦାୟିତ୍ୱ ଦିଆଯାଇଥିବା କହିଛନ୍ତି ଡିସିପି ପ୍ରତୀକ ସିଂହ ।

ହୋଲି ପାଇଁ ନଦୀ ପଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି। ନଦୀ ପଠାରେ ପୋଲିସ ଫୋର୍ସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୁତୟନ ହେବେ । ଏହା ସହ ୪ଟି ସ୍ଥାନରେ ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହେବେ ବୋଲି ଡିସିପି ସୂଚନା ଦେଇଛନ୍ତି।