ଗୋପାଳପୁର ନିର୍ବାଚନମଣ୍ଡଳୀ ବିଜେଡିର ବିଶାଳ ମହିଳା ସମାବେଶ: ନାରୀ ସଶକ୍ତୀକରଣରେ ଓଡ଼ିଶା ରୋଲ୍ ମଡେଲ୍ 

ବ୍ରହ୍ମପୁର: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ ଏବଂ ମହିଳା ଦିବସ ପାଳନ ଅବସରରେ ଗୋପାଳପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଜେଡି ତରଫରୁ ବିଶାଳ ମହିଳା ସମାବେଶ ଶୁକ୍ରବାର ହୋଇଥିଲା। ବ୍ରହ୍ମପୁର ଉପକଣ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡଃ ଗୋପବନ୍ଧୁ ଦାଶଙ୍କ ତତ୍ତ୍ବାବଧାନରେ ଆୟୋଜିତ ସମାବେଶରେ ଗୋପାଳପୁର ଓ ରଙ୍ଗେଇଲୁଣ୍ଡା ଅଞ୍ଚଳର ହଜାର ହଜାର ମହିଳା ଯୋଗ ଦେଇଥିଲେ। ମହିଳାଙ୍କୁ ସଶକ୍ତ କରିବାରେ ଓଡ଼ିଶା ଆମ ଦେଶରେ ରୋଲ୍ ମଡେଲ୍ ହୋଇପାରିଛି। ନାରୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ରାଜ୍ୟ ସରକାରଙ୍କ ଫୋକସରେ ରହିଛି। ରାଜ୍ୟ ସରକାର ମହିଳାମାନଙ୍କ ବିକାଶକୁ ସବୁ କ୍ଷେତ୍ରରେ ପ୍ରାଥମିକତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଆମ ରାଜ୍ୟର ମହିଳାମାନେ ନୂଆ ପରିଚୟ ପାଇଛନ୍ତି ବୋଲି ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ବିଜେଡି ନେତା ତଥା ହାସ୍ୟାଭିନେତା କୁନା ତ୍ରିପାଠୀ, ରାଜନୀତି ବିଜ୍ଞାନ ବିଶାରଦ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର ମଞ୍ଚାସୀନ ଥିଲେ। ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏସ୍. ରାଜେଶ୍ଵରୀ ଦୋରା, ରଙ୍ଗେଇଲୁଣ୍ଡା ବ୍ଲକ୍ ଅଧ୍ୟକ୍ଷା ସି.ଏଚ୍. ଉଷାରାଣୀ, ଉପାଧ୍ୟକ୍ଷା ଅନିତା ମହାଙ୍କୁଡ, ରଙ୍ଗେଇଲୁଣ୍ଡା ବ୍ଲକ୍ ସଭାପତି ଅଜିତ୍ କୁମାର ଦାଶ, ଗୋପାଳପୁର ଏନ୍ଏସି ଅଧ୍ୟକ୍ଷ ଏ.ଜାନକୀ ରାମଙ୍କ ସମେତ ଗୋପାଳପୁର ନିର୍ବାଚନ ମଣ୍ଡଳୀର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଏବଂ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ।

ଏହି ଅବସରରେ ଆଫ୍ରିକାର କିଲିମାଞ୍ଜେର ଶୃଙ୍ଗ ଆରୋହଣ କରିଥିବା ପର୍ବତାରୋହୀ ମଧୁସ୍ମିତା ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା।

Comments are closed.