ଜିଓ ପକ୍ଷରୁ ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧାରେ ଟ୍ରୁ-୫ଜିର ଶୁଭାରମ୍ଭ, ସାରା ଓଡ଼ିଶାର ୧୭ଟି ସହରରେ ପହଂଚିଲା ଟ୍ରୁ-୫ଜିର ଲାଭ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଆଜି ଘୋଷଣା କରାଯାଇଛି । ଏଥି ସହିତ ଟ୍ରୁ-୫ଜିର ଲାଭ ସାରା ଓଡ଼ିଶାର ୧୭ଟି ସହରରେ ପହଂଚିପାରିଛି । ଜିଓ ପକ୍ଷରୁ ପୂର୍ବରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର, ନାଲ୍‌କୋ-ଅନୁଗୁଳ, ତାଳଚେର ସହରରେ ଟ୍ରୁ ୫ଜି ସେବାର ଶୁଭାରମ୍ଭ କରାଯାଇଥିଲା ।

ଜାତୀୟ ସ୍ତରରେ ୧୦ଟି ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳର ୩୪ଟି ଅଧିକ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ବିଷୟରେ ଆଜି ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯାହା ମଧ୍ୟରେ ଓଡ଼ିଶାର ୪ଟି ସହର ରହିଛି । ଏହି ସବୁ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ପ୍ରଥମ ଟେଲିକମ୍ ଅପରେଟର ଭାବେ ଭବିଷ୍ୟତଧର୍ମୀ ଓ ଯୁଗାନ୍ତକାରୀ ଟ୍ରୁ ୫ଜି ସେବା ପ୍ରଦାନ କରି ଭାରତର ଡିଜିଟାଲ୍ ରୂପାନ୍ତରଣ ଦିଗରେ ଜିଓ କାର୍ଯ୍ୟ କରୁଛି । ଆଜିଠାରୁ ଏହି ସହରଗୁଡ଼ିକର ଜନତା ଓ ବ୍ୟବସାୟ ପାଇଁ ହାଇ ସ୍ପିଡ୍‌, ଲୋ-ଲାଟେନ୍‌ସି, ଷ୍ଟାଣ୍ଡ୍‌-ଏଲୋନ୍ ଟ୍ରୁ-୫ଜି ସେବାର ଉନ୍ନତ ପ୍ରଯୁକ୍ତି ଉପଲବ୍ଧ ହୋଇଛି ଯାହା ଏହି ଅଂଚଳର ପର୍ଯ୍ୟଟନ, ମାନୁଫାକ୍‌ଚରିଂ, ଏସ୍‌ଏମ୍‌ଇ, ଇ-ଗଭର୍ଣ୍ଣାସ୍‌, ଶିକ୍ଷା, ସ୍ୱାସ୍ଥ୍ୟ ସେବା, କୃଷି, ଅଟୋମେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗେମିଂ ଓ ଆଇଟି ଭଳି କ୍ଷେତ୍ରରେ ନୂଆ ଅଭିବୃଦ୍ଧିର ସୁଯୋଗକୁ ଉନ୍ମୁକ୍ତ କରିଛି ।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଏହି ସହରଗୁଡ଼ିକରେ ଜିଓ ଟ୍ରୁ ୫ଜିର ଶୁଭାରମ୍ଭ କରିଥିବାରୁ ଆମେ ଗର୍ବିତ । ଏହି ସହରଗୁଡ଼ିକର ନିୟୁତାଧିକ ଜିଓ ବ୍ୟବହାରକାରୀମାନଙ୍କ ଲାଗି ଏହା ଆମର କୃତଜ୍ଞତା ସଦୃଶ ଯେଉଁଠାରେ ଜିଓ ଟ୍ରୁ-୫ଜି ପ୍ରଯୁକ୍ତିର ଲାଭକୁ ସେମାନେ ଉପଭୋଗ କରିବେ । ପ୍ରତି ଭାରତୀୟଙ୍କୁ ଟ୍ରୁ-୫ଜି ସେବା ପ୍ରଦାନ କରିବା ଲାଗି ଜିଓର ଇଞ୍ଜିନିୟରମାନେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ଏହି ପ୍ରଯୁକ୍ତିର ରୂପାନ୍ତରିତ ଶକ୍ତି ଓ ଉଲ୍ଲେଖନୀୟ ଲାଭକୁ ଦେଶର ପ୍ରତିଟି ନାଗରିକ ଅନୁଭବ କରିପାରିବେ ।

୨୦୨୩ ଡିସେମ୍ବର ସୁଦ୍ଧା ଦେଶର ପ୍ରତିଟି ସହରରେ ଜିଓ ଟ୍ରୁ-୫ଜି ସେବା ପହଂଚିବ । ଭାରତକୁ ଏକ ଡିଜିଟାଲ୍ ସମାଜରେ ରୂପାନ୍ତରିତ କରିବା ଲାଗି ଜିଓର ରହିଥିବା ପ୍ରତିବଦ୍ଧତା ପ୍ରତି ଏହା ହେଉଛି ସ୍ୱୀକୃତି । ଏହି ଅଂଚଳଗୁଡ଼ିକୁ ଡିଜିଟାଇଜ୍ କରିବା ଲାଗି ସହଯୋଗ ପ୍ରଦାନ କରିଥିବାରୁ ଆମେ ଉକ୍ତ ରାଜ୍ୟଗୁଡ଼ିକର ସରକାର ଓ ପ୍ରଶାସନ ନିକଟରେ କୃତଜ୍ଞ ହୋଇରହିବୁ ।’’

Comments are closed.