ବିଦ୍ୟୁତ ଚାଳିତ ଗାଡି କିଣିବାକୁ କର୍ମଚାରୀଙ୍କୁ ବିନା ସୁଧରେ ଅଗ୍ରିମ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର – ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ବିଦ୍ୟୁତ୍‌ ଚାଳିତ ଗାଡ଼ି କିଣିବାକୁ ସରକାରୀ କର୍ମଚାରୀଙ୍କୁ ଅଗ୍ରିମ ମିଳିବ । ବିନା ସୁଧରେ ଅଗ୍ରିମ ଦେବାକୁ ଗାଇଡଲାଇନ ଜାରି ରଖିଛି ଅର୍ଥ ବିଭାଗ । ଗ୍ରୁପ୍‌ ‘ଏ’ ବା ‘ବି’ କର୍ମଚାରୀଙ୍କୁ ବିଦ୍ୟୁତ କାର୍‌ ପାଇଁ ମିଳିବ ଅଗ୍ରିମ । କାର ଦାମ୍ ର ୭୫ ପ୍ରତିଶତ ବା ସର୍ବାଧିକ ୧୫ ଲକ୍ଷ ଅଗ୍ରିମ ମିଳିବ । ଗ୍ରୁପ୍‌ ‘ସି’ ଓ ‘ଡି’ କର୍ମଚାରୀ ଦୁଇ ଚକିଆ ବିଦ୍ୟୁତ ଚାଳିତ ଗାଡି କିଣିପାରିବେ ।

ଗାଡ଼ି ମୂଲ୍ୟର ୭୫ ପ୍ରତିଶତ ବା ସର୍ବାଧିକ ୨ ଲକ୍ଷ ଯାଏଁ ଅଗ୍ରିମ ମିଳିବ । ସର୍ବାଧିକ ୧୦୦ଟି ମାସିକିଆ କିସ୍ତିରେ ଦରମାରୁ ଭରଣା ହେବ ଅଗ୍ରିମ ଅର୍ଥ । କର୍ମଚାରୀମାନେ ଯଦି ଅନ୍ୟ କାମରେ ଅଗ୍ରିମ ରାଶି ବ୍ୟବହାର କରିବେ, ତାହା ହେଲେ ସେମାନଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ।

Comments are closed.