ପୁରୀ ବଡ଼ଦାଣ୍ଡ ମାର୍କେଟ ଛକ ଗୋଷ୍ଠୀ ସଂଘର୍ଷରେ ୯ ଗିରଫ

ପୁରୀ – ଆଜି ଭୋରରେ ପୁରୀ ବଡ଼ଦାଣ୍ଡ ମାର୍କେଟ ଛକରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଓ ହଣାକଟା ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ସମସ୍ତ ୯ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିଲେ । ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକରେ ଏସସିବି ସ୍ଥାନାନ୍ତର କରାଯାଇଛି । ଘଟଣାର ତଦନ୍ତ ଦୁଇ ଆଇଆଇସିଙ୍କ ନେତୃତ୍ବରେ ଗଠିତ ଟିମ୍ କରୁଛି । ପୂର୍ବ ଶତ୍ରୁତାରୁ ହୋଇଥିଲା ଗୋଷ୍ଠୀ ସଂଘର୍ଷ ହୋଇଥିଲା ପୋଲିସ କହିଛି।

Comments are closed.