ପଶ୍ଚିମା ଝଡ଼ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷାପବନ ଓ କୁଆପଥର ବୃଷ୍ଟି

ଭୁବନେଶ୍ୱର – ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ବର୍ଷା ହୋଇଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ପବନ ହୋଇଛି । ବାଲେଶ୍ବର, ନୂଆପଡ଼ା, କୋରାପୁଟ, ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହୋଇଛି। ନୟାଗଡ଼ ଓ କନ୍ଧମାଳ ଜିଲ୍ଲାରେ କୁଆପଥର ବର୍ଷା ସହ ଝଡ଼ ପବନ ହୋଇଥିବା ଖବର ମିଳିଛି।

ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲାରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ଗତ ୧୬ ତାରିଖଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ମଧ୍ୟ ହୋଇଛି । ଆସନ୍ତାକାଲି ମଧ୍ୟ କେତେକ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ପବନ ହେବା ସମ୍ଭାବନା ରହିଛି। ୨୦ ତାରିଖ ପରେ ହିଁ ପାଗ ପରିବର୍ତ୍ତନ ହେବ ।

Comments are closed.