ଓଡ଼ିଶା ରାଜସ୍ୱ ସେବା ଶିକ୍ଷାନବିସଙ୍କ ବିଧାନସଭା ପରିଦର୍ଶନ

ଭୁବନେଶ୍ୱର : ଆଜି ଓଡ଼ିଶା ରାଜସ୍ଵ ସେବାର ୫୨ ଜଣିଆ ଶିକ୍ଷାନବିସ ଓଡ଼ିଶା ବିଧାନସଭା ପରିଦର୍ଶନ କରି ବିଧାନସଭାର ଗୃହକାର୍ଯ୍ୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ସମ୍ବନ୍ଧରେ ଅବଗତ ହୋଇଛନ୍ତି । ରାଜସ୍ଵ ଅଧିକାରୀ ତାଲିମ ପ୍ରତିଷ୍ଠାନ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାନବିସମାନେ ବିଧାନସଭାରେ  ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏବଂ  ଉପବାଚସ୍ପତି ରଜନୀକାନ୍ତ ସିଂଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।

ବାଚସ୍ପତି ଶ୍ରୀ ଆରୁଖ ଶିକ୍ଷାନବିସମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିବା ସହ ସେମାନେ ସଫଳତାର ସହ ପ୍ରଶିକ୍ଷଣ ଗ୍ରହଣ କରି ରାଜ୍ୟର ବିକାଶ ପାଇଁ ନିଷ୍ଠାପର ଭାବେ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ । ସେହିପରି ଉପବାଚସ୍ପତି ଶ୍ରୀ ସିଂ ଶିକ୍ଷାନବିସମାନଙ୍କୁ ରାଜ୍ୟର ଉନ୍ନତି ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଶିକ୍ଷାନବିସମାନେ ଆଜି ବିଧାନସଭା ଦର୍ଶକ ଗ୍ୟାଲେରୀରେ ଉପସ୍ଥିତ ରହି ଗୃହକାର୍ଯ୍ୟ ଦେଖୁଥିଲେ । ବିଧାନସଭା ସଚିବ ଦାଶରଥୀ ଶତପଥୀ ଶିକ୍ଷାନବିସମାନଙ୍କୁ ବିଧାନସଭାର ବିଭିନ୍ନ କାର୍ଯ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ସହ ସେମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ ।

Comments are closed.