ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ

ଭୁବନେଶ୍ୱର – ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ ହୋଇଯାଇଛି । ସେ ଯକୃତ ରୋଗରେ ପୀଡ଼ିତ ଥିଲେ । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଆଜି ଭୋରରେ ଆଖି ବୁଝିଛନ୍ତି ପୂର୍ବତନ ବିଧାୟକ। ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । କଂଗ୍ରେସ ଟିକେଟରେ ବୀରେନ୍ଦ୍ର ପାଣ୍ଡେ ଝାରସୁଗୁଡ଼ା ବିଧାନସଭା ଆସନରୁ ତିନି ତିନି ଥର ନିର୍ବାଚିତ ହୋଇଥିଲେ। ୧୯୮୦ , ୧୯୮୫ ଓ ୧୯୯୫ରେ ନିର୍ବାଚନରେ ଜିତି ସେ ବିଧାୟକ ହୋଇଥିଲେ।

Comments are closed.