ଯୋଡ଼ା – କେନ୍ଦୁଝର ଜିଲ୍ଲାରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ।
ଚମ୍ପୁଆ ରେଞ୍ଜ ବସନ୍ତପୁରଠାରେ ବିଦ୍ୟୁତ୍ ଆଘାତରେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ୧୧ କେଭି ବିଦ୍ୟୁତ୍ ଲାଇନର ଷ୍ଟେ ତାର ଚାର୍ଜ ହୋଇଥିଲା । ସେଠାରେ ହାତୀ ତାର ସଂସ୍ପର୍ଶରେ ଆସିବାରୁ ମୃତ୍ୟୁ ହୋଇଥିବା ବନ ବିଭାଗ ସୂଚନା ଦେଇଛି ।

Comments are closed, but trackbacks and pingbacks are open.