ମାଲକାନଗିରି – ମାଲକାନଗିରି ପଡିଆ ବ୍ଲକ ମେଟାଗୁଡା ଗାଁ ରେ ଅଘଟଣ । ଶୋଇଥିବା ଅବସ୍ଥାରେ ଘର ମାଟି କାନ୍ଥ ଭୁଶୁଡି ପଡ଼ିବାରୁ ମାତ୍ର ୪ ମାସର ଶିଶୁକନ୍ୟାର ମୃତ୍ୟୁ ହୋଇଛି । ବାପା ଓ ମା’ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।
ମେଟାଗୁଡ଼ା ଗ୍ରାମର ଆଇତା ମାଡକାମୀ ବହୁବର୍ଷ ହେଲା ମାଟି କାନ୍ଥ ଏବଂ ନଡ଼ା ଛପର ଘରେ ପତ୍ନୀ ଓ ଝିଅ ସ୍ବାତୀଙ୍କ ସହ ରହି ଆସୁଥିଲେ। ଗତକାଲି ବର୍ଷା ଯୋଗୁଁ ଭିଜି ରହିଥିବା ଗୋଟିଏ ପାର୍ଶ୍ବ କାନ୍ଥ ହଠାତ ଢଳିବା ଆରମ୍ଭ କରିଥିଲା। ରାତି ପ୍ରାୟ ୪ଟାରେ ଆଇତା, ପତ୍ନୀ ଏବଂ ଶିଶୁକନ୍ୟା ଉପରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା।
Comments are closed, but trackbacks and pingbacks are open.