ଲୋକପ୍ରିୟ ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ସନ୍ଦେହ, ଝୁଲନ୍ତା ଅବସ୍ଥାରେ ଘରୁ ମିଳିଲା ମୃତଦେହ

ଭୁବନେଶ୍ୱର – ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ଓରଫ୍‌ ଅକ୍ଷୟ କୁମାରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଭୁବନେଶ୍ୱର ଖାରବେଳ ନଗର ଘରୁ ଝୁଲନ୍ତା ଅବସ୍ଥାରେ ଡିଜେ ଆଜେକ୍ସଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସର ଖୋଳତାଡ଼ ଜାରି ରହିଛି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ସେ ବେଡ଼ସିଟରେ ଝୁଲି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।

ଗତକାଲି ସନ୍ଧ୍ୟାରେ ଶେଷଥର ପାଇଁ ଘରେ କଥା ହୋଇଥିଲେ ଆଜେକ୍ସ ।

Comments are closed.