ମାନସିକ ରୋଗ ପାଇଁ ଛୁଟି ଆବେଦନ କରିନଥିଲା ଗୋପାଳ: ଗୃହ ରାଷ୍ଟ୍ରମନ୍ତ୍ରୀ | News Room Odisha

ମାନସିକ ରୋଗ ପାଇଁ ଛୁଟି ଆବେଦନ କରିନଥିଲା ଗୋପାଳ: ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର – ମନ୍ତ୍ରୀ ନବକିଶୋର ଦାସଙ୍କୁ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ ମାନସିକ ରୋଗ ପାଇଁ ଛୁଟି ଆବେଦନ କରିନଥିଲା କି ଟ୍ରାନ୍ସଫର ପାଇଁ ମଧ୍ୟ ଆବେଦନ କରି କେବେ ଚିଠି ଲେଖିନଥିଲେ । ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି।

କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରଶ୍ନରେ ଉତ୍ତର ରଖି ଏହି ତଥ୍ୟ ପ୍ରଦାନ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ । ସେ କହିଥିଲେ ଯେ, ଗୋପାଳ ଦାସ ବିନା ସୂଚନାରେ ୨୦୧୪ ମସିହାରେ ୨ ମାସ ପାଇଁ ଛୁଟିରେ ଥିଲେ ।

ପରେ ମାନସିକ ରୋଗ ଚିକିତ୍ସା ନେଇ କାଗଜପତ୍ର ଦେଇଥିଲେ । ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ମାନସିକ ରୋଗ ଚିକିତ୍ସା ନେଇ ତଥ୍ୟ ଦେଇଥିଲେ ଗୋପାଳ। ପୁଣି ୨୦୧୫ ମାର୍ଚ୍ଚରୁ ୪ ମାସ ପାଇଁ ବିନା ସୂଚନାରେ ଗୋପାଳ ଛୁଟି ନେଇଥିଲେ ବୋଲି ଗୃହ ରାଷ୍ଟ୍ରପତି କହିଛନ୍ତି। ଛୁଟି ସରିଲା ପରେ ଗୋପାଳ ନିଜର ଫିଟନେସ୍ ପ୍ରମାଣପତ୍ର ଦାଖଲ କରିଥିଲେ ।