କୋଭିଡ ନେଇ ଚିନ୍ତାଜନକ ସ୍ଥିତି ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ | News Room Odisha

କୋଭିଡ ନେଇ ଚିନ୍ତାଜନକ ସ୍ଥିତି ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର – ଦେଶରେ ପୁଣି ଥରେ କୋଭିଡ ଡରାଇବା ଆରମ୍ଭ କରିଥିବା ବେଳେ ରାଜ୍ୟରେ ସ୍ଥିତି ସଂପର୍କରେ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ସେ କହିଛନ୍ତି, ରବିବାର ରାଜ୍ୟରେ ୧୦ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ଦୈନିକ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୧୨ରୁ ତଳେ ରହିଛି। ରାଜ୍ୟରେ ମୋଟ ସକ୍ରିୟ ରୋଗୀ ସଂଖ୍ୟା ୫୩ ରହିଛି। ଏଣେ ଓଡ଼ିଶାରେ ଜଣେ କୋଭିଡ ରୋଗୀ ହସ୍ପିଟାଲରେ ଆଡମିସନ ହୋଇଛନ୍ତି।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ଗତ କିଛି ଦିନ ହେବ ଦେଶର କିଛି ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ବର୍ତ୍ତମାନ ଆତଙ୍କିତ ହେଲା ଭଳି ସ୍ଥିତି ନାହିଁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାକୁ ଚିଠି ଲେଖାଯାଇ ସତର୍କ ରହିବାକୁ କୁହାଯାଇଥିବା ସେ ସୂଚନା ଦେଇଛନ୍ତି।