ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାପବନ ସହ କୁଆପଥର ବୃଷ୍ଟି | News Room Odisha

ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାପବନ ସହ କୁଆପଥର ବୃଷ୍ଟି

ଭୁବନେଶ୍ୱର – ଆଜି ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ ପଶ୍ଚିମାଝଡ ପ୍ରଭାବରେ କାଳବୈଶାଖୀ ବର୍ଷା ପବନ ସହ କୁଆପଥର ବୃଷ୍ଟି ହୋଇଛି । ରାଜଧାନୀ ଭୁବନେଶ୍ୱର ସହ ବିଭିନ୍ନ ଜିଲ୍ଲାରେ କୁଆପଥର ବର୍ଷା ହୋଇଛି । ଭୁବନେଶ୍ୱରର ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ସିଆରପି ଛକ ଏବଂ ଘାଟିକିଆରେ କୁଆପଥର ବର୍ଷା ହୋଇଛି। ବଲାଙ୍ଗିର ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ସୂଚନା ମିଳିଛି।

ପଶ୍ଚିମାଝଡ ପ୍ରଭାବରେ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ହୋଇଛି ବଲାଙ୍ଗୀର ସହର I ସହରରେ ଘଡଘଡି ବର୍ଷା ସହ କୁଆପଥର ମାଡ ହୋଇଛି । ପାଖାପାଖି ଅଧଘଣ୍ଟା ଧରି କୁଆପଥର ମାଡ ଚାଲିଥିଲା । I ରାସ୍ତାଘାଟ ସବୁଆଡ଼େ କୁଆପଥର ଆସ୍ତରଣ ଦେଖିବାକୁ ମିଳିଛି ।