ମହାବଳ ନୁହେଁ, ବୃଦ୍ଧାଙ୍କୁ ଖାଇଛି କଲରାପତରିଆ

ନୂଆପଡା – ସୁନାବେଡା ଅଭୟାରଣ୍ୟର ନିକଟସ୍ଥ ଜଳମଡେଇ ଗାଁରୁ ଜଣେ ବୃଦ୍ଧାଙ୍କୁ ବାଘ ଖାଇଦେବା ଘଟଣାରେ ସ୍ପଷ୍ଟୀକରଣ ଦେଇଛନ୍ତି ପିସିସିଏଫ । ମହାବଳ ବାଘ ନୁହେଁ, ବରଂ ଏକ କଲରାପତରିଆ ବାଘ ୬୫ ବର୍ଷିୟା ବୃଦ୍ଧା ସାନମତି ବାରିକଙ୍କୁ ଖାଇଛି ବୋଲି ସେ କହିଛନ୍ତି। ବାଘ ଉପରେ ବନ ବିଭାଗ ନଜର ରଖିଥିବା ମଧ୍ୟ ସେ କହିଛନ୍ତି । ଲୋକଙ୍କୁ ସତର୍କ କରାଇବା ସହ ବୃଦ୍ଧାଙ୍କ ପରିବାରକୁ କ୍ଷତିପୂରଣା ଦେବା ପାଇଁ ଡିଏଫଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପିସିସିଏଫ ସୂଚନା ଦେଇଛନ୍ତି।
ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଧୀନ କୋମନା ଥାନା ଜଳମଡେଇ ଗାଁର ବୃଦ୍ଧା ସାନମତିଙ୍କୁ ଘର ପଛପଟୁ ବାଘ ଟାଣି ନେଇ ଖାଇ ଯାଇଥିବା ସୂଚନା ମିଳିଥିଲା । ଏହା ମହାବଳ ବାଘ ବୋଲି ପ୍ରଥମେ ଖବର ଆସିଥିଲା ।

Comments are closed.