ବିଦ୍ୟୁତ ତାର ଲାଗି ଦନ୍ତାର ମୃତ୍ୟୁରେ ବନ ବିଭାଗର କାର୍ଯ୍ୟାନୁଷ୍ଠାନ | News Room Odisha

ବିଦ୍ୟୁତ ତାର ଲାଗି ଦନ୍ତାର ମୃତ୍ୟୁରେ ବନ ବିଭାଗର କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର – କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ବସନ୍ତପୁରର ଯୋଡିପଦାଠାରେ ୧୧ କେଭି ଶକ୍ତି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ଘଟଣାରେ ବନ ବିଭାଗ ଟିପିଏନଓଡିଏଲର ଅବହେଳାକୁ ଦାୟୀ କରିଛି । ଜଣେ କନିଷ୍ଠ ଯନ୍ତ୍ରୀ ଗୈ।ର ଗୋପାଳ ମହାନ୍ତି, ଲାଇନ୍‌ମ୍ୟାନ ବିଜୟ ମଲ୍ଲିକ ଓ ଦିବ୍ୟଜ୍ୟୋତି ବାରିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ବନ ଓ ବିଦ୍ୟୁତ ବିଭାଗର ୩ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ବାମେବାରୀ ଫରେଷ୍ଟର, ଚମ୍ପୁଆ ରେଞ୍ଜର ଓ ଟିପିଏନଓଡିଏଲ ଯୋଡ଼ା ବିଦ୍ୟୁତ ସବଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ବନ ବିଭାଗ।

ହସୂଚନାଯୋଗ୍ୟ ଯେ, ରବିବାର କେନ୍ଦୁଝର ଚମ୍ପୁଆ ରେଞ୍ଜ ବାମବେରୀ ବିଟ୍‌ ବସନ୍ତପୁର ଜଡିପଦାଠାରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ହାତୀର ମୃତ ଦେହ ପଡ଼ିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ବିଦ୍ୟୁତ୍‌ ତାର ଝୁଲନ୍ତା ଅବସ୍ଥାରେ ଥିବାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି।