ବିଧାନସଭାରେ ବିରୋଧୀଙ୍କ ଆଭିମୁଖ୍ୟକୁ ବିଜେଡି ବିଧାୟକ ଅରୁଣ ସାହୁଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର – ବିଭିନ୍ନ ପ୍ରସଙ୍ଗରେ ଶାସକ ବିଜେଡିକୁ ବିରୋଧୀ ଦଳ ଟାର୍ଗେଟ କରିଥିବା ବେଳେ ଏହାର ଜବାବ ରଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି, ବିଧାନସଭା ଶୂନ୍ୟକାଳରେ ଗତ ୫ ଦିନ ଧରି ୫ କେଜି ଚାଉଳ ପ୍ରସଙ୍ଗ ଉଠାଇବାକୁ ସୁଯୋଗ ମିଳୁନାହିଁ ।ଲୋକଙ୍କ ବିଭିନ୍ନ ସମସ୍ୟାକୁ ବିଧାନସଭାରେ ଉଠାଇବାକୁ ବିରୋଧୀ ସୁଯୋଗ ଦେଉନାହାନ୍ତି ବୋଲି ଅରୁଣ ସାହୁ ଗୃହ ବାହାରେ କହିଛନ୍ତି। ବିରୋଧୀ ଦଳ ପ୍ରକୃତ ପ୍ରସଙ୍ଗରୁ ଦୂରେଇ ଯାଇଛନ୍ତି ବୋଲି ଅରୁଣ କହିଛନ୍ତି।

କେନ୍ଦ୍ର ସରକାର ୫ କେଜି ଚାଉଳ କାଟି ଦେଲେ । ୭୧ ହଜାର କୋଟି ବଜେଟରୁ କଟିଲା । ଏବେ ପୁଣି କେନ୍ଦ୍ର ସରକାର ୧୭ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବା ପାଇଁ ପ୍ରସ୍ତୁତ ନାହାନ୍ତି । ପୂର୍ବରୁ ୧୩ ଲକ୍ଷ ମେଟ୍ରିକ ଟନ ବଳକା ରହୁଥିଲା । ଉଷୁନା ଚାଉଳ ନେଉନାହାନ୍ତି । ଚାଷୀ କେତେ ଅସୁବିଧାରେ ପଡିବେ ତାହା ଚିନ୍ତା ନକରି ବିରୋଧୀ ଗୃହରେ ହଟ୍ଟଗୋଳ କରୁଛନ୍ତି । ବିଜେପିର ୮ ଜଣ ସାଂସଦ ଓ ବିଧାୟକ ମାନେ ଏବାବଦରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିପାରନ୍ତେ । କିନ୍ତୁ ତାହା ନକରି ରାଜନୈତିକ ଉଦ୍ଦେଶ୍ୟ ରଖି ଗୃହରେ ହୋ-ହଲ୍ଲା କରୁଛନ୍ତି । ଯଦି ଚାଷୀକୂଳର ପ୍ରସଙ୍ଗ ଗୃହରେ ଆଲୋଚନା କରାଯିବନି ତେବେ କେଉଁଠି ହେବ ବୋଲି ଅରୁଣ ପ୍ରଶ୍ନ କରିଛନ୍ତି।

Comments are closed.