ଏପ୍ରିଲ ୧ ରେ ବରଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ, ପ୍ରସ୍ତୁତିକୁ ନେଇ ଜିଲ୍ଲା ପ୍ରଶାସନର ବୈଠକ | News Room Odisha

ଏପ୍ରିଲ ୧ ରେ ବରଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ, ପ୍ରସ୍ତୁତିକୁ ନେଇ ଜିଲ୍ଲା ପ୍ରଶାସନର ବୈଠକ

ବରଗଡ଼: ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଏପ୍ରିଲ ୧ ତାରିଖରେ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଟାଉନ ହଲ ଠାରେ ପାଳନ କରାଯିବ । ଏନେଇ ଆଜି ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧାଟପ୍ପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଥିଲା।

ଉକ୍ତ ଦିନ ସକାଳୁ ପ୍ରଭାତ ଫେରି, ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକୃତା, ଚିତ୍ରାଙ୍କନ,ଅଭିମତ ପ୍ରତିଯୋଗିତା , ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ସୁନ୍ଦର ଆଲୋକରେ ସଜ୍ଜିତ କରାଯିବ ବୋଲି ସ୍ଥିରକୃତ ହୋଇଥିଲା ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ କୃତିବାସ ରାଉତଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସଭାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ କଲ୍ୟାଣୀ ଦାସ ପରିଚାଳନା କରିଥିଲେ ।