ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ହରିଭଗତହ୍ନ ଦେଖେ ଦୋଉ ଭ୍ରାତା ।
ଇଷ୍ଟଦେବ ସବ ସୁଖ ଦାତା ॥
ରାମହି ଚିତବ ଭାୟଁ ଜେହି ସୀୟା ।
ସୋ ସନେହୁ ସୁଖୁ ନହିଂ କଥନୀୟା ॥

ଭାବାର୍ଥ :- ହରି ଭକ୍ତମାନେ ଦୁଇ ଭାଇଙ୍କୁ ସମସ୍ତ ସୁଖର ଆଦି ଅନ୍ତ ଓ ଇଷ୍ଟ ଦେବତା ରୂପେ ଦର୍ଶନ କଲେ । ମାତା ସୀତା ଯେଉଁ ଭାବରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଦେଖୁଥିଲେ, ସେହି ସ୍ନେହମୟ ସୁଖର ସ୍ବରୂପକୁ ବର୍ଣ୍ଣନା କରିବା ସହଜ ହେଉନାହିଁ ।

Comments are closed.