୨୬ରୁ ପୁଣି ପଶ୍ଚିମାଝଡ ! ଚିନ୍ତାରେ ଚାଷୀ

ଭୁବନେଶ୍ବର – ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପୁଣି ପଶ୍ଚିମା ଝଡ଼ର ପ୍ରଭାବ ଦେଖିବାକୁ ମିଳିବ। ବିଭିନ୍ନ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସାଙ୍ଗକୁ ଘଣ୍ଟା ପ୍ରତି ୩୦ରୁ ୪୦କିମି ବେଗ‌ରେ ପବନ ବହିବ। କିଛି କିଛି ଅଞ୍ଚଳରେ କୁଆପଥର ବର୍ଷା ବି ହୋଇପା‌ରେ। ୨୭ ତାରିଖରୁ ବର୍ଷାର ବିସ୍ତୃତି ବଢ଼ିବା ସମ୍ଭାବନା ରହିଛି। ୧୧ଟି ଉପକୂଳ ଜିଲ୍ଲା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ବି ଅଧିକ ହେବ। ଏଭଳି ପାଗ ଚାଷ କାର୍ଯ୍ୟକୁ ପ୍ରଭାବିତ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ ପନିପରିବା ସହ ମୁଗ ଓ ବିରି ଆଦି ଶସ୍ୟର ଶୀଘ୍ର ଅମଳ ପାଇଁ ପାଣିପାଗ ବିଜ୍ଞ‌ାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ଗତ ୧୫ ତାରିଖଠାରୁ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ ହୋଇଛି । ୨୬ରୁ ଆଉ ଏକ ପଶ୍ଚିମା ଝଡ଼ ଆଶଙ୍କାରେ ଚାଷୀକୁଳ ଏବେ ଚିନ୍ତାରେ ଅଛନ୍ତି।

Comments are closed.