ଏପ୍ରିଲ ପ୍ରଥମ ସପ୍ତାହରେ ‘ଦୁର୍ଘଟଣା ଜନିତ ଶୂନ ମୃତ୍ୟୁ ସପ୍ତାହ’ ପାଳନ, କଡ଼ାକଡ଼ି ଭାବେ ଲାଗୁ ହେବ ସ୍ୱତନ୍ତ୍ର ମାର୍ଗଦର୍ଶିକା 

ଭୁବନେଶ୍ୱର – ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ତଦ୍ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ରେ ଲଗାଇ ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ହୋଇଛି ସ୍ବତନ୍ତ୍ର ମାର୍ଗଦର୍ଶିକା । ଏପ୍ରିଲ ପହିଲାରୁ ୭ ତାରିଖ ଯାଏଁ କଡ଼ାକଡ଼ି ଲାଗୁ ହେବ ମାର୍ଗଦର୍ଶିକା । ରାଜ୍ୟରେ ଏପ୍ରିଲ ପ୍ରଥମ ସପ୍ତାହକୁ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ବା ଜିରୋ ଫାଟାଲିଟି ଉଇକ ଭାବେ ପାଳନ କରାଯିବ।

ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ଓ ମଦ୍ୟପ ଚାଳକଙ୍କ ଉପରେ ରହିବ କଡ଼ା ନଜର । ମୋଟା ଜରିମାନା ସହ ଜେଲଦଣ୍ଡ ଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

୨୦୨୧ ତୁଳନାରେ ୨୦୨୨ରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ହାର ଶତକଡା ୭.୬୦% ପ୍ରତିଶତ ବୃଦ୍ଧି ପାଇଛି । ୨୦୨୨ ମସିହାରେ ରାଜ୍ୟରେ ମୋଟ ୧୧ ହଜାର ୬୬୩ଟି ସଡ଼କ ଦୁର୍ଘଟଣାରେ ୫୪୬୭ ଜଣଙ୍କର ମୃତ୍ୟୁ ହୋଇଛି ।ରାଜ୍ୟରେ ମୋଟ ୧୯୫ଟି ବ୍ଲାକ ସ୍ପଟ ଚିହ୍ନଟ ହୋଇଛି । କଟକ ଓ କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୩ଟି ଲେଖାଏଁ ବ୍ଲାକ ସ୍ପଟ୍ ଚିହ୍ନଟ ହୋଇଛି । ମାର୍ଗଦର୍ଶିକାକୁ କାର୍ଯ୍ୟକାରୀ କରିବାକୁ ସ୍ୱାସ୍ଥ୍ୟ, ନଗର ଉନ୍ନୟନ, ପୋଲିସ, ପରିବହନ, ଶିକ୍ଷା, ପୂର୍ତ୍ତ ଓ ଜାତୀୟ ରାଜପଥ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.