ନକଲି ବିଦେଶୀ ମଦ କାରଖାନା ଠାବ, ବିପୁଳ ନକଲି ମଦ ଜବତ, ଜଣେ ଗିରଫ 

ସମ୍ବଲପୁର: ସମ୍ବଲପୁର ସହର ଉପକଣ୍ଠ ଶାସନ ଥାନା ରାନିଖିଣ୍ଡା ଗାଁରେ ଚାଲିଥିବା ଏକ ନକଲି ବିଦେଶୀ ମଦ କାରଖାନାର ପର୍ଦ୍ଦ।ଫାସ କରିଛି ଅବକାରୀ ବିଭାଗ। ଘଟଣାସ୍ଥଳରୁ ୧୬ ଲିଟର ନକଲି ବିଦେଶୀ ମଦ ଜବତ କରାଯାଇଛି। ଏହାଛଡା ମଦ ତିଆରି ପାଇଁ ଆବଶ୍ୟକ ବିଭିନ୍ନ ସାମଗ୍ରୀ ବି ଜବତ କରାଯାଇଛି। ଏଥିରେ ୧୦ହଜାର ୪୫୨ଟି ନକଲି ଲେବଲ, ୪୫୦ ଲିଟର ସ୍ପିରିଟ୍, ୩୦ ଲିଟର ବ୍ଲେଣ୍ଡେଡ୍ ସ୍ପିରିଟ, ୧୩୫ଟି ନକଲି ଅବକାରୀ ଲେବେଲ, ୫ ଲିଟର କାରାମେଲ ଏବଂ ଏକ ପଞ୍ଚିଙ୍ଗ ମେସିନ ଜବତ ହୋଇଛି। ଏହି ସମସ୍ତ ନକଲି ସାମଗ୍ରୀ କୋଲକାତାରୁ ଆସୁଥିବା ବେଳେ ମଦ ତିଆରି ପରେ ଏହାକୁ ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ଉପାନ୍ତ ଇଲାକାରେ ବିକ୍ରି କରାଯାଉଥିଲା। ତେବେ, ଗୁରୁତ୍ବପୂର୍ଣ କଥା ହେଉଛି ଯେ, ଏହି କାରବାରର ମୁଖ୍ୟ କାର୍ପଟଦାର ଯଶବୀର ସିଂହ କୋହଲି (ଗୋଲଡି) ଫେରାର ଥିବା ବେଳେ ମଦ ତିଆରିର ମାଷ୍ଟରମାଇଣ୍ଡ ଥିଲା ରସାୟନ ବିଭାଗର ଶିକ୍ଷକ ସରୋଜ ବେହେରା। ସେମାନେ ଏକ ଭଡାଘର ନେଇ କାରବାର ଚଲାଇଥିଲେ। ଅବକାରୀ ବିଭାଗ ସରୋଜକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି।

Comments are closed.