ଗୀତା ମାହାତ୍ମ୍ୟ: ତ୍ରିଭିର୍ଗୁଣମୟୈର୍ଭାବୈରେଭିଃ ସର୍ବମିଦଂ ଜଗତ୍ । ମୋହିତଂ ନାଭିଜାନାତି ମାମଭ୍ୟଃ ପରମବ୍ୟୟମ୍ ।। | News Room Odisha

ଗୀତା ମାହାତ୍ମ୍ୟ: ତ୍ରିଭିର୍ଗୁଣମୟୈର୍ଭାବୈରେଭିଃ ସର୍ବମିଦଂ ଜଗତ୍ । ମୋହିତଂ ନାଭିଜାନାତି ମାମଭ୍ୟଃ ପରମବ୍ୟୟମ୍ ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଜ୍ଞାନ ବିଜ୍ଞାନ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ତ୍ରିଭିର୍ଗୁଣମୟୈର୍ଭାବୈରେଭିଃ ସର୍ବମିଦଂ ଜଗତ୍ ।
ମୋହିତଂ ନାଭିଜାନାତି ମାମଭ୍ୟଃ ପରମବ୍ୟୟମ୍ ।।୧୩।।

ଅର୍ଥାତ୍:- ମାୟା” ଶବ୍ଦର ଅନ୍ୟ ଏକ ଅର୍ଥ ମୂଳ ଶବ୍ଦ ମା (ନାହିଁ) ଏବଂ ୟା (ଯାହାକି) ରୁ ଆସିଅଛି । ଏଣୁ ମାୟାର ଅର୍ଥ “ଯାହା ପ୍ରତୀୟମାନ ହେଉଛି, ତାହା ନୁହେଁ” ଅଟେ । ଭଗବାନଙ୍କର ଏକ ଶକ୍ତି ହୋଇଥିବା ଦୃଷ୍ଟିରୁ, ମାୟା ମଧ୍ୟ ତାଙ୍କ ସେବାରେ ନିଯୁକ୍ତ ଥାଏ । ତା’ର ସେବା ହେଉଛି, ଭଗବତ୍ ପ୍ରାପ୍ତିର ଯୋଗ୍ୟତା ହାସଲ କରି ନ ଥିବା ଜୀବମାନଙ୍କ ଠାରୁ ଭଗବାନଙ୍କ ବାସ୍ତବିକ ସ୍ୱରୂପକୁ ଆବୃତ୍ତ ରଖିବା । ଏତଦ୍ ବ୍ୟତିତ, ମାୟା ଭଗବାନଙ୍କ ପ୍ରତି ବିମୁଖ ଜୀବମାନଙ୍କୁ, ତିନି ଗୁଣରୁ ଉତ୍ପନ୍ନ ହେଉଥିବା ଭୌତିକ କଷ୍ଟ ଦ୍ୱାରା ପୀଡ଼ିତ କରିଥାଏ । ଏହାଦ୍ୱାରା ସେ ଜୀବର ହୃଦ୍‌ବୋଧ କରାଇବାକୁ ଚେଷ୍ଟା କରିଥାଏ ଯେ, ଭଗବାନଙ୍କର ସନ୍ମୁଖ ନ ହେବା ପର୍ଯ୍ୟନ୍ତ ସେମାନେ କଦାପି ସୁଖୀ ହୋଇପାରିବେ ନାହିଁ ।

( ଗୀତା ୭ମ ଅ।୧୩ ଶ୍ଳୋକ)