କୋଭିଡ ନେଇ ଓଡ଼ିଶା ସତର୍କ : ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ | News Room Odisha

କୋଭିଡ ନେଇ ଓଡ଼ିଶା ସତର୍କ : ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର – ସାରାଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର, ତାମିଲନାଡୁ, କେରଳ ଓ ତେଲେଙ୍ଗାନାରେ କୋଭିଡ ମାମଲା ବଢୁଛି। ଏଣେ ଆମରାଜ୍ୟରେ କୋଭିଡ ସତର୍କତା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସବୁ ଲକ୍ଷଣଥିବା ଲୋକଙ୍କର କୋଭିଡ ଟେଷ୍ଟ କରାଯିବ। ପଜିଟିଭ ବାହାରିଲେ କଣ୍ଟାକ୍ଟରେ ଆସିଥିବା ଲୋକଙ୍କ ମଧ୍ୟ ଟେଷ୍ଟ ହେବ। ହୋମ ଆଇସୋଲେସନରେ ରହିଲେ ମେଡିସିନ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଏହାଛଡ଼ା ଟେଷ୍ଟ କିଟ, ଔଷଧ, ଅକ୍ସିଜେନ ମହଜୁଦ ରଖିବାକୁ ସବୁ ସିଡିଏମଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ସ୍ଥାନରୁ ଏକାଧିକ କରୋନା ସଂକ୍ରମିତ ବାହାରିଲେ କଣ୍ଟେନମେଣ୍ଟ ପାଇଁ ପଦକ୍ଷେପ ନିଆଯିବ ।
ଆଜିଶକୋଭିଡ ସ୍ଥିତି ନେଇ ଆଜି କେନ୍ଦ୍ର ସରକାର ସମୀକ୍ଷା କରିବେ। ଆଜିର ବୈଠକରେ ମକ୍ ଡ୍ରିଲ ନେଇ ଆଲୋଚନା ହୋଇପାରେ। ବୈଠକରେ ଆଲୋଚନା ପରେ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।