ମାଟି ଅତଡ଼ା ଖସି ୨ ମହିଳା ମୃତ 

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ହାକିମପୁଟ ଗାଁରେ ଅଘଟଣ। ମଙ୍ଗଳବାର ଅପରାହ୍ନରେ ମାଟି ଅତଡ଼ା ଖସି ଦଇମତି ହନ୍ତାଳ ଓ ଶଶୀ ହନ୍ତାଳ ନାମକ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। ଗାଁ ନିକଟ ଏକ ନାଳ ପାଖକୁ ଦୁହେଁ ମାଟି ଆଣିବାକୁ ଯାଇଥିଲେ। ମାତ୍ର ଅଚାନକ ମାଟି ଧସି ଯିବାରୁ ତାହା ତଳେ ଚାପିହୋଇ ସେମାନଙ୍କ ଜୀବନ ଚାଲି ଯାଇଛି। ଜ୍ୟୋତି ବଡ଼ ନାୟକ ଓ ମୁକ୍ତା କିର୍ଷାନୀ ନାମକ ଆଉ ଦୁଇ ଝିଅ ଗୁରୁତର ହୋଇଛନ୍ତି। ଦମକଳ ବାହିନୀ ସେମାନଙ୍କୁ ଉଦ୍ଧାର କରି ନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛି।

Comments are closed.