ନାକଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରାଜ୍ୟରେ ପ୍ରଥମ, ଜିତିଲା କାୟାକଳ୍ପ ପୁରସ୍କାର

ସମ୍ବଲପୁର: ସମ୍ବଲପୁର ଜିଲ୍ଲ୍ଲାର ନାକଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉତ୍ତମ ସ୍ୱାସ୍ଥ୍ୟ ସହ ଅନନ୍ୟା ଆନୁସଙ୍ଗିକ କ୍ଷେତ୍ରରେ ଉନ୍ନତ କାର୍ଯ୍ୟ ପାଇଁ ରାଜ୍ୟରେ ଶ୍ରେଷ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ୨୦୨୨-୨୩ ବର୍ଷ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଛି | ୧୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି | ଉପବିଜେତା ଭାବେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ କୁ ପ୍ରଦାନ କରାଯାଇଛି | ସେହିପରି ପ୍ରଶଂସନୀୟ କାର୍ଯ୍ୟ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ୩ ଲକ୍ଷ, ଉପଖଣ୍ଡ ଚିକିତ୍ସାଳୟ କୁଚିଣ୍ଡା ଓ ରେଢ଼ାଖୋଲ କୁ ୧ ଲକ୍ଷ ପ୍ରଦାନ କରାଯାଇଛି | ଭୋଜପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବିଜେତା ହିସାବରେ ୨ ଲକ୍ଷ ପ୍ରଦାନ କରାଯାଇଥିବା ସ୍ଥଳେ ଗୋଛାରା, ରେଙ୍ଗାଲି,କଦଳୀଗଡ଼, ମହୁଲପାଲି, କେନାଢିପା, କେସେଇବାହାଲ, ଧମା, କତରବଗା, ବଞ୍ଜୋରା, ସଙ୍ଗ୍ରାମାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୫୦ ହଜାର ଲେଖାଏଁ ପ୍ରଦାନ କରାଯାଇଛି | ସେହିପରି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କ୍ଷେତ୍ରରେ ରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଅଇଁଠାପାଲି, ଧନକଉଡା, ଧନୁପାଲି, ମାନେଶ୍ଵର, ବୁର୍ଲା, ଚାଉରପୁର ଏବଂ ଜେ. ପି ମେଟରନିଟି କୁ ୫୦ ହଜାର କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଛି | ସବ ସେଣ୍ଟର କଷଡା କୁ ବିଜେତା ଭାବେ ୧ ଲକ୍ଷ, ଧୁଡିପାଲି ପ୍ରଥମ ଉପବିଜେତା ଭାବେ ୫୦ ହଜାର ଓ ମେଣ୍ଡାବାହାଲ ଦ୍ୱିତୀୟ ଉପବିଜେତା ଭାବେ ୩୫ ହଜାର ପ୍ରଦାନ କରାଯାଇଛି | ସେହିପରି ଏହି ତାଲିକାରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଜାମୁମାଲ, ବିସଲଖିଣ୍ଡା -୧, ଗୁଣ୍ଡୁରୁଚୁଁଆ, ଭୋଇପାଲ, ଟାଙ୍ଗରାନୀ, ସାହସପୁର, ସୋରାପାଲି, କଳାମାଟି, ଲିପିଣ୍ଡା, ଖୁଣ୍ଟଲମାଲ, କିସିଣ୍ଡା, ଲୁହାପଙ୍କ, ବିରସିଂଗଡ଼ ଏବଂ ଟାମ୍ପେରକେଲା ସବ ସେଣ୍ଟର କୁ ୨୫ହଜାର ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି |

ନାକଟିଦେଉଳ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାରୀ କରିଥିବାରୁ ହସ୍ପିଟାଲ ଡାକ୍ତରମାନଙ୍କ ସହ କର୍ମଚାରୀ ତଥା ଜିଲ୍ଲାରେ ଖୁସି ର ମାହଲ ଦେଖିବାକୁ ମିଳିଛି | ଏହାଛଡା ଅନ୍ୟ ଡାକ୍ତରଖାନା ଗୁଡିକ ମଧ୍ୟ କୟାକଳ୍ପ ପୁରସ୍କାର ପାଇଥିବାରୁ ସମସ୍ତେ ଆନନ୍ଦିତ ହେଇଛନ୍ତି | ଜିଲ୍ଲାପାଳ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ଜିଲ୍ଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଓ ଜାତୀୟ ମିଶନ ଶକ୍ତି ଡିପିଏମ ଡ଼. ମୌସୁମୀ ମିଶ୍ର ସମେତ ଅନ୍ୟ ସମସ୍ତ ଡାକ୍ତର, କର୍ମଚାରୀ ଙ୍କ ପ୍ରଚେଷ୍ଠାରେ ଆଜି ଜିଲ୍ଲା ସଫଳ ହେଇଛି | ସୂଚନା ଯେ, ଜିଲ୍ଲାକୁ ମୋଟ କୟାକଳ୍ପ ପୁରସ୍କାର ବାବଦରେ ୩୭ ଲକ୍ଷ ୮୫ହଜାର ଟଙ୍କା ପ୍ରଦାନ କରାଯାଇଛି |

Comments are closed.