ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କ ଉପରକୁ ଗୁଳି ମାଡ଼, ୨ କର୍ମଚାରୀ ଆହତ

ବୌଦ୍ଧ – ବୌଦ୍ଧରେ ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କ ଉପରକୁ ଗୁଳିମାଡ ହୋଇଛି । ଦୁଇ ଜଣ ବନ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ଜଣଙ୍କ ହାତରେ ଗୁଳି ବାଜିଥିବା ବେଳେ ଅନ୍ୟ କର୍ମଚାରୀଙ୍କ ପିଠିରେ ଗୁଳି ଲାଗିଛି । ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖାଲିଆପାଲି ଛକରେ ୪ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ସୂଚନା ମିଳିଛି। ଗୁଳିମାଡରୁ ସହକାରୀ ବନ ସଂରକ୍ଷକଙ୍କ ସମେତ ୫ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

 

Comments are closed.