ଏପ୍ରିଲ ପହିଲାରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ରିହାତିରେ ମିଳିବ ସବଜି କୁଲର

ଭୁବନେଶ୍ୱର – ପନିପରିବା ସଂରକ୍ଷଣ ପାଇଁ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୭୦ ପ୍ରତିଶତ ରିହାତିରେ ସବଜି କୁଲର ଯୋଗାଇ ଦିଆଯିବ । ଏନେଇ ନୋଟିସ ବାହାରି ସାରିଛି । ଏପ୍ରିଲ ପହିଲାରୁ ଚାଷୀମାନେ ଏହି ସୁବିଧା ପାଇପାରିବେ ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାନସଭାରେ କହିଛନ୍ତି।

ଏହାସହ ଗୃହରେ ମନ୍ତ୍ରୀ ଏକ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ହୋଇ ପଡ଼ିଥିବା ବେଳେ ୩୬ଟି ସଚଳ ରହିଛି । ଅଚଳ ହୋଇ ପଡ଼ିଥିବା ଶୀତଳ ଭଣ୍ଡାରକୁ ସଚଳ କରିବା ବ୍ୟୟ ବହୁଳ । ସେହି ଟଙ୍କାରେ ନୂଆ ଶୀତଳ ଭଣ୍ଡାର ହୋଇ ପାରିବ । ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବକୁ ଦୂର କରିବା ପାଇଁ ରାଜ୍ୟରେ ୧୦୦୦ଟି ଶୀତଳିକରଣ ଗୃହ ନିର୍ମାଣ କରିବା ପାଇଁ ସରକାର ଯୋଜନା କରିଛନ୍ତି । ଯାହା କି ସୌର ଚାଳିତ ଯନ୍ତ୍ରାଂଶ ଦ୍ୱାରା ଚାଲିବ । ଏହାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପରିଚାଳନାରେ ଚାଲିବ ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ।

Comments are closed.