ବରଯାତ୍ରୀ ଗାଡି କେନାଲରେ ଖସିଲା, ୬ ମୃତ

ସମ୍ବଲପୁର: ଗତକାଲିର ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲାର ପରମାଣପୁର ନିକଟରେ ବରଯାତ୍ରୀ ଗାଡି ଓଲଟି କେନାଲକୁ ଖସି ପଡିଛି। ଫଳରେ ଘଟଣାସ୍ଥଳରେ ୬ ଯୁବକଙ୍କ ସଳିଲ ସମାଧି ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।
ଗତକାଲି ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ ବଡଧରା ଗାଁର ଏକ ବରଯାତ୍ରୀ ଦଳ ପରମାଣପୁରକୁ ଆସିଥିଲେ। ରାତିରେ ଏକ ବୋଲେରୋରେ ଡ୍ରାଇଭର ସମେତ ୧୦ ଜଣ ଯୁବକ ଫେରୁଥିଲେ। ନୂଆମୁଣ୍ଡା ନିକଟରେ ଭାରସାମ୍ଯ ହରାଇ ଶାସନରେ ଗାଡିଟି ଖସି ଓଲଟି ପଡିଥିଲା। ଫଳରେ ଗାଡି ଭିତରେ ଥିବା ୬ ଜଣ ପାଣି ଭିତରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୩ ଜଣ ସାମାନ୍ଯ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି। ପୁଲିସ ଓ ସ୍ଥାନୀୟ ଲୋକେ ମୃତାହତଙ୍କୁ ଉଦ୍ଧାର କରି ସଦର ଡାକ୍ତରଖାନାକୁ ଆଣିଛନ୍ତି। ମୃତକଙ୍କୁ ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି।

Comments are closed.