ଜିଲ୍ଲା ସ୍ତରୀୟ ବିଜେତା କାର୍ଯ୍ୟକ୍ରମ, ୧୨ଟି ବ୍ଲକରୁ ୨୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ

ବରଗଡ଼: କୋମଳମତୀ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣାବଳୀ ଓ ଅବଲୁପ୍ତ ଧୀଶକ୍ତିର ବିକାଶ ସାଧନ କରି ଭବିଷ୍ୟତରେ ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ବୋଲି ଆଜି ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ‘ବିଜେତା’ କାର୍ଯ୍ୟକ୍ରମରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ ।

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ଭିତ୍ତିକ ସମାରୋହକୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି, ଛତ୍ରପତି ସାହୁ, ଜ୍ୟୋତିକାନ୍ତ ସାହୁ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରଜ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମକୁ ମନୋଜ କୁମାର ସାହୁ ସଂଯୋଜନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିଇଓ ଅମୃତା ସାହୁ, ସେବଶ୍ରୀ ଭୋଇ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପରିଚାଳନା କରିଥିଲେ ।

ଏଥିରେ ଜିଲ୍ଲାର ୧୨ଟି ବ୍ଲକରୁ ୨୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଜେତା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣାବଳୀ ପ୍ରକାଶ ସକାଶେ ଚିତ୍ରାଙ୍କନ, ନୃତ୍ୟ, ଗୀତ,ବାଦ୍ୟ ଆଦି ୧୫ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଉତ୍ସବରେ କୃତୀ ପ୍ରତିଯୋଗିମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Comments are closed.