ଝାରସୁଗୁଡ଼ାରୁ ବିଜେଡି ପ୍ରାର୍ଥୀ ହେଲା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୀପାଳି

ଭୁବନେଶ୍ବର – ଝାରସୁଗୁଡ଼ା ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ବିଜେଡିର ପ୍ରାର୍ଥୀ ଭାବେ ଘୋଷିତ ହେବା ପରେ ସ୍ୱର୍ଗତ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେବା ପାଇଁ ସେ ଆସିଥିଲେ ବୋଲି ସାକ୍ଷାତ ପରେ ଦୀପାଳି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ବିଜେଡି ସବୁବେଳେ ଗୋଟେ ଦକ୍ଷ ଦଳ। ବାପାଙ୍କ ପରେ ଦଳ ତାଙ୍କ ଉପରେ ଭରସା କରିଥିବାରୁ ସେ ବହୁତ ଖୁସି ବୋଲି ଦୀପାଳି କହିଛନ୍ତି । ବିଜେଡି ଝାରସୁଗୁଡାରେ ବହୁ ଭୋଟରେ ଜିତିବ ବୋଲି ସେ କହିଛନ୍ତି

ଝାରସୁଗୁଡ଼ାରେ ଉପନିର୍ବାଚନ ପାଇଁ ଗତ ବୁଧବାର ନିର୍ବାଚନ କମିସନଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତାମାସ ୧୦ ତାରିଖରେ ଏଠାରେ ଭୋଟ୍‌ ଗ୍ରହଣ କରାଯାଇ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ।

Comments are closed.