ସମ୍ବଲପୁରରେ ଜିଲ୍ଲାସ୍ତରୀୟ ପବିତ୍ର ଓଡିଶା ଦିବସ ପାଳିତ

ସମ୍ବଲପୁର: ଆଜି ପବିତ୍ର ଓଡିଶା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ୮୮ ତମ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳନ ହୋଇଯାଇଛି। ଅପରାହ୍ନ ରେ ସ୍ଥାନୀୟ ଜିଲ୍ଲା ସ୍କୁଲ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମ୍ବଲପୁର ମହାନଗର ନିଗମ କମିସନର ପ୍ରଦୀପ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ସନ୍ତୋଷିନୀ ବାବୁ ଯୋଗ ଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଇତିହାସ ଉପରେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ଅନନ୍ୟା ଦାସ ସଭାପତି ଦାୟିତ୍ୱ ତୁଲେଇଥିଲେ। ଜିଲ୍ଲାପାଳ ବକ୍ତବ୍ୟ ରେ କହିଲେ ଯେ, ଭାଷା ପ୍ରତି ଦାୟିତ୍ୱବୋଧ ରହିଛି। ଭାଷା ଅଧିକ ବ୍ୟବହାର କଲେ ଭାଷା ତିଷ୍ଠି ପାରିବ। ନିଜ ଭାଷା ସହ ଅନ୍ୟର ଭାଷାକୁ ମଧ୍ୟ ସମ୍ମାନ ଦିଅନ୍ତୁ। ମୁଖ୍ୟ ଅତୀତ କହିଲେ ଯେ, ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ରେ ବରପୁତ୍ର ମାନଙ୍କ ଅବଦାନ କୁ ସ୍ମୃତି ଚାରଣ କରିବା ସହ ସେମାନେ ଦେଖିଥିବା ସପ୍ନ କୁ ଆମେ କେତେ ଦୂର ସାର୍ଥକ କରିଛୁ ତର୍ଜମା କରିବା ଏବଂ ରାଜନୌତିକ, ଅର୍ଥନୌତିକ, ସାମାଜିକ ଆଦି କ୍ଷେତ୍ରରେ ଶ୍ରେଷ୍ଠ କରିବାକୁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି | ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ବିରୁପାକ୍ଷ୍ୟ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | କାର୍ଯ୍ୟକ୍ରମ ଶେଷରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ସମ୍ମାନିତ କରିଥିଲେ | ସେହିପରି ସରକାରୀ (ଏସଏସଡି) ହାଇସ୍କୁଲ ଷଣ୍ଡପଥର ର ପ୍ରଧାନ ଶିକ୍ଷକ ସନତ କୁମାର ବେହେରା ଏବଂ ଗୁଡ୍ରାପଡା ଆବାସିକ ଏମଇ ସ୍କୁଲ ର ପ୍ରଧାନ ଶିକ୍ଷକ ଲକ୍ଷ୍ୟପତି ନନ୍ଦ ଙ୍କୁ ୨୦୧୭ବର୍ଷ ପାଇଁ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା | ତାଙ୍କୁ ମଧ୍ୟ ସମ୍ମାନୀତ କରାଯାଇଛି | ସୂଚନା ଯେ, ପ୍ରାତଃ ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଡାକବାଜି ଯନ୍ତ୍ର ଯୋଗେ ସହରରେ ଉତ୍କଳ ବନ୍ଦନା କରାଯାଇଥିଲା | ପରେ ଜିଲ୍ଲାପାଳ ଅନନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, ସମ୍ବଲପୁର ମହାନଗର ନିଗମ କମିଶନର ପ୍ରଦୀପ ସାହୁ, ସଦର ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ମାଲ୍ୟାର୍ପଣ କରିଥିଲେ | ସୂଚନା ଯେ, ସାଧାରଣ ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା |

Comments are closed.