ଗୀତା ମାହାତ୍ମ୍ୟ: ସ ତୟା ଶ୍ରଦ୍ଧୟା ଯୁକ୍ତସ୍ତସ୍ୟାରାଧନମୀହତେ । ଲଭତେ ଚ ତତଃ କାମାନ୍‌ମୟୈବ ବିହିତାହ୍ନି ତାନ୍ ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ସପ୍ତମ ଅଧ୍ୟାୟ ର ଜ୍ଞାନବିଜ୍ଞାନ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ସ ତୟା ଶ୍ରଦ୍ଧୟା ଯୁକ୍ତସ୍ତସ୍ୟାରାଧନମୀହତେ ।
ଲଭତେ ଚ ତତଃ କାମାନ୍‌ମୟୈବ ବିହିତାହ୍ନି ତାନ୍ ।।୨୨।

ଅର୍ଥାତ୍ :- ଲଭତେ ଅର୍ଥ “ସେମାନେ ପ୍ରାପ୍ତ କରନ୍ତି ।” ଦେବତାମାନଙ୍କର ଭକ୍ତମାନେ,ତାଙ୍କୁ ପୂଜାକରି, ନିଜର ଇପ୍‌ସିତ ଫଳ ପ୍ରାପ୍ତ କରି ପାରନ୍ତି, କିନ୍ତୁ ବାସ୍ତବରେ ସେହି ଫଳ ଦେବତା ମାନେ ଦେଇ ନ ଥାନ୍ତି। ତାହା ଭଗବାନ ହିଁ ମଞ୍ଜୁର କରିଥାନ୍ତି । ଏହି ଶ୍ଲୋକଟି ସ୍ପଷ୍ଟଭାବେ ଦର୍ଶାଇଅଛି ଯେ, ଦେବତା ମାନଙ୍କର ଭୌତିକଫଳ ପ୍ରଦାନ କରିବାର କ୍ଷମତା ମଧ୍ୟ ନାହିଁ । ଭଗବାନ ତାହା ମଞ୍ଜୁର କଲେ ହିଁ ସେମାନେ ତାଙ୍କ ଭକ୍ତମାନଙ୍କୁ ଫଳ ପ୍ରଦାନ କରି ପାରିବେ। କିନ୍ତୁ ସ୍ୱଳ୍ପବୁଦ୍ଧି ସମ୍ପନ୍ନ ବ୍ୟକ୍ତିମାନେ ଏହା ଭାବିଥାନ୍ତି ଯେ,ଏହିଲାଭ ସେମାନେ ପୂଜା କରୁ ଥିବା ଦେବତାଙ୍କଠାରୁ ଉପଲବ୍ଧ ହୋଇଛି ।

( ଗୀତା ୭ମ ଅଧ୍ୟାୟ ୨୨ଶ୍ଳୋକ )

Comments are closed.