ଟ୍ରକ ପଛରେ ପିଟିହେଲା ପିକଅପ୍ ଭ୍ୟାନ, ୩ ମୃତ, ୫ ଆହତ | News Room Odisha

ଟ୍ରକ ପଛରେ ପିଟିହେଲା ପିକଅପ୍ ଭ୍ୟାନ, ୩ ମୃତ, ୫ ଆହତ

ଯାଜପୁର – ଯାଜପୁର ଜିଲ୍ଲାରେ ପୁଣି ଏକ ସଡ଼କ ଦୁର୍ଘଟଣା । ଜାତୀୟ ରାଜପଥ ନମ୍ବର ୫୩ ବାଲିଚନ୍ଦ୍ରପୁର ଥାନା ଚାରିନଙ୍ଗଳ‌ ଛକରେ ଟ୍ରକ ପଛକୁ ଏକ ପିକଅପ ଭ୍ୟାନ ପିଟିବା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଜଣେ ପ୍ରାଣ ହରାଇଥିବା ବେଳେ ଦୁଇ ଗୁରୁତର କଟକ ବଡ଼ ମେଡ଼ିକାଲରେ ଆଖି ବୁଝିଛନ୍ତି । କିଛି ବ୍ୟବସାୟୀ ଏକାଠି ପିକଅପ ଭ୍ୟାନରେ ଗଲାବେଳେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ପ୍ରଥମେ ବଡ଼ଚଣା ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।