ଝାରସୁଗୁଡ଼ାରେ ପ୍ରଖର ଗ୍ରୀଷ୍ମ ପ୍ରବାହ | News Room Odisha

ଝାରସୁଗୁଡ଼ାରେ ପ୍ରଖର ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର – ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁସାରେ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ତାପମାତ୍ରା ୪୨ ଦଶମିକ ୮ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱରର ତାପମାତ୍ରା ଥିଲା ୩୮ ଦଶମିକ ୬ ଡିଗ୍ରୀ ସେଲସିୟସ। ଦିନ ସାଢେ ୨ଟା ସୁଦ୍ଧା ବିଭିନ୍ନ ସହରର ତାପମାତ୍ରା ତଳେ ଦିଆଗଲା ।

ଝାରସୁଗୁଡା: ୪୨.୮ ଡ଼ିଗ୍ରୀ
ସମ୍ବଲପୁର: ୪୨.୬ ଡ଼ିଗ୍ରୀ
ହୀରାକୁଦ: ୪୦.୮ ଡ଼ିଗ୍ରୀ
କେନ୍ଦୁଝର:୪୦.୦ ଡ଼ିଗ୍ରୀ
ଚାନ୍ଦବାଲି: ୩୯.୨ ଡ଼ିଗ୍ରୀ
ଭୁବନେଶ୍ୱର: ୩୮.୬ ଡ଼ିଗ୍ରୀ
ବାଲେଶ୍ୱର: ୩୬.୦ ଡ଼ିଗ୍ରୀ
ପୁରୀ: ୩୪ ଡ଼ିଗ୍ରୀ
ଗୋପାଳପୁର: ୩୩.୮ ଡ଼ିଗ୍ରୀ
ପାରାଦୀପ:୩୨.୨ ଡ଼ିଗ୍ରୀ