ପୁରୀରେ ଡକାୟତି ଯୋଜନା ପଣ୍ଡ, ୫ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ବାନ୍ଧିଲା ପୋଲିସ

ପୁରୀ – ଏକ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ କରିଦେଇଛି ପୁରୀ ପୋଲିସ । ପୁରୀ ତାଳବଣିଆ ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୩ଟି ବନ୍ଧୁକ, ୧୦ଟି ଗୁଳି, ଛୁରୀ ଓ ୪ଟି ମୋବାଇଲ ଜବତ କରାଯାଇଛି। ଗିରଫ ଅପରାଧୀମାନେ ହେଲେ ନରସିଂହବଲ୍ଲଭ ପାଟଣାର ମନୋରଞ୍ଜନ ମହାନ୍ତି, ତିର୍ତ୍ତୋଲର ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ପୁରୀ କୁମ୍ଭାରପଡ଼ାର ମିଲନ ମିଶ୍ର, ଦୀପକ ସୌରା ଓ ମାର୍କଣ୍ଡେଶ୍ୱର ସାହିର ନିଲୁ ବାରିକ। ଗୁଇନ୍ଦା ରିପୋର୍ଟ ଆଧାରରେ ପୁଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଅପରାଧୀମାନେ ବନ୍ଧୁକ କେଉଁଠାରୁ ଆଣିଥିଲେ, ସେ ନେଇ ତଦନ୍ତ ହେବ ବୋଲି ପୁରୀ ଏସ୍‌ପି କହିଛନ୍ତି।

Comments are closed.