ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ୨୧ ଦିନ ବ୍ୟାପି ଭିତର ଚନ୍ଦନ ଆରମ୍ଭ

ମହାପ୍ରଭୁଙ୍କର ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ଶେଷ ହେବାପରେ ଆରମ୍ଭ ହୋଇଛି ଭିତର ଚନ୍ଦନ । ଗତକାଲି ଜଳକ୍ରୀଡ଼ା ଏକାଦଶୀ ତିଥିରୁ ଏହା ପାଳନ କରାଯାଉଛି। ଭିତର ଚନ୍ଦନ ସମୟରେ ଏହି ୨୧ ଦିନ ଶ୍ରୀଜିଉ ମାନଙ୍କର ଦ୍ବିପହର ଧୂପ ଏବଂ ଜାତ ଭୋଗ ଏକା ସାଙ୍ଗରେ ସମ୍ପନ୍ନ ହୁଏ । ଏହାପରେ ସମ୍ପୂର୍ଣ ମନ୍ଦିରକୁ ଅନ୍ଧକାର କରି ଶ୍ରୀବିଗ୍ରହଙ୍କର ଆଲଟ ଓ ଚନ୍ଦନ ଲାଗି ନିତି ବଢିଥାଏ । ଭିତର ଚନ୍ଦନର ୨୧ଦିନରେ ୪ ଥର ଜଳକ୍ରୀଡା ନିତ ମନ୍ଦିର ଭିତରେ ସମ୍ପୁର୍ଣ ହୋଇଥାଏ । ଜ୍ୟେଷ୍ଠକୃଷ୍ଣ ଏକାଦଶୀ ବା ଜଳକ୍ରୀଡା ଏକାଦଶୀ ,ସାବିତ୍ରୀ ଅମାବାସ୍ୟା ,ଶୀତଳଶଷ୍ଠୀ ଏବଂ ରୁକୁଣୀ ହରଣ ଏକାଦଶୀ ଦିନ ମହାପ୍ରଭୂଙ୍କର ବିବାହ ଉତ୍ସବ ପଡୁଥିବାରୁ ଉକ୍ତଦିନ ଦୋଳ ଗୋବିନ୍ଦ ଜଳକ୍ରୀତା ନିତି କରିଥାନ୍ତି ।

ଗତକାଲି ପବିତ୍ର ଜଳକ୍ରୀଡା ଏକାଦଶୀ ତିଥି ଥିବାରୁ ଶ୍ରୀମନ୍ଦିରରେ ସତନ୍ତ୍ର ନିତି ସମ୍ପୁର୍ଣ ହୋଇଥିଲା । ଶ୍ରୀଜିଉଙ୍କ ଦ୍ବିପହର ଧୂପ ଓ ଯାତଭୋଗ ବଢିଥିଲା । ଆଲଟ ଓ ଚନ୍ଦନ ଲାଗି ନିତି ବଢି ବେଶ ଶେଷ ହେବାପରେ ଦକ୍ଷିଣ ଘରୁ ଶ୍ରୀମଦନମୋହନ ରତ୍ନ ସିଂହାସନକୁ ବିଜେ କରିଥିଲେ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ମଦନମୋହନ ଓ ଶ୍ରୀଦେବୀ ମୁକ୍ତିମଣ୍ଡପ ତଳେ ଥିବା ପାଲିଙ୍ଗକୁ ବିଜେ କରିଥିଲେ । ଏହାପରେ ଘଣ୍ଟ, ଛତା , କାହାଳୀ ସହ ଉଭୟ ଜଳକ୍ରୀଡା ମଣ୍ଡପକୁ ବିଜେକରି ସୁବାସିତ କୁଣ୍ଡରେ ଜଳକ୍ରୀଡା କରିଥିଲେ । ଏହାପରେ ବେଶବଢି ଶୀତଳ ଭୋଗ ପଣା ଭୋଗ ଅର୍ପଣ କରାଯାଇ- ଥିଲା । ଏହି ବିଶେଷ ନିତି ପରେ ମଦନମୋହନ ଦକ୍ଷିଣି ଘରକୁ ଓ ଶ୍ରୀଦେବୀ ରତ୍ନ ସିଂହାସନକୁ ବିଜେ କରିଥିଲେ । ଏହାପରେ ଦୈନନ୍ଦିନ ନିତି ଯଥାବିଧି ଅନୁଷ୍ଠିତ ହୋଇଥିଲା ।

Comments are closed.