ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଚାରି ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ – ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ବନକଲାଗି ନୀତି ଯୋଗୁଁ ଆଜି ଚାରି ଘଣ୍ଟା ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଦର୍ଶନ ।

ସ୍ନାନ ଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି । ରତ୍ନବେଦୀରେ ଏହି ଗୁପ୍ତ ନୀତି ସମ୍ପନ୍ନ ହେବ। ସଂଧ୍ୟା ୬ଟାରୁ ୪ ଘଣ୍ଟା ଲାଗି ବନକଲାଗି ନୀତି କରାଯିବ। ଏହି ନୀତି ଅନୁସାରେ ଶ୍ରୀଜିଉଙ୍କ ମୁଖମଣ୍ଡଳକୁ ସଜ୍ଜିତ କରାଯିବ। ଏହି ସମୟରେ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ଦର୍ଶନ।

Comments are closed.