ଆହୁରି ତିନି ଦିନ ଜଳିବ ଅଧା ଓଡ଼ିଶା

ଭୁବନେଶ୍ୱର- ରାଜ୍ୟରେ ଏବେ ତାତିରୁ ନିସ୍ତାର ମିଳିବ ନାହିଁ । ରାଜ୍ୟରେ ଅଧିକାଂଶ ଅଞ୍ଚଳରେ ଆହୁରି ତିନି ଦିନ ପ୍ରଚଣ୍ଡ ଖରା ହେବ। ୨୧ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସହରର ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ଉପରେ ରହିପାରେ । ନୂଆପଡା, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ବରଗଡ, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ ଏବଂ କଳାହାଣ୍ଡି ଜିଲ୍ଲାରେ ତାପମାତ୍ରା ଅଧିକ ରହିବା ସମ୍ଭାବନା ରହିଛି । ଉପକୂଳ ଓଡିଶାରେ ଦୁଇ ତିନି ଦିନ ଅତ୍ୟଧିକ ଗୁଳୁଗୁଳି ହେବା ନେଇ ପୂର୍ବାନୁମାନ କରାଯାଇଛି । କେଉଁଠି କେଉଁଠି କାଳବୈଶାଖୀ ହେବାର ସମ୍ଭାବନା ରହିଥିଲେ ମଧ୍ୟ ତାହା ବିଶେଷ ପ୍ରଭାବ ପକାଇବ ନାହିଁ ।

ତାତି ବଢୁଥିବାରୁ ସକାଳ ୧୧ଟାରୁ ଅପରାହ୍ଣ ୩ଟା ଯାଏ ସତର୍କତା ଅବଲମ୍ବନ କରିବାକୁ ଆଚଂଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି ।

Comments are closed.