ଶୀତଳଷଷ୍ଠୀ ଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଅନୁଦାନ, ସ୍ବାଗତ କଲେ ଆୟୋଜକ

ସମ୍ବଲପୁର: ବିଶ୍ଵପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଆୟୋଜନ ବାବଦରେ ପ୍ରଥମ ଥର ମିଳିତ ସମନ୍ୱୟ ସମିତି (ଝାଡ଼ୁଆପଡ଼ା, ନନ୍ଦପଡ଼ା ଓ ମୁଦିପଡ଼ା) ପାଇଁ ୩୫ ଲକ୍ଷ ଟଙ୍କାର ସ୍ଵତନ୍ତ୍ର ଅନୁଦାନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ବୁର୍ଲା ଏବଂ ସମ୍ବଲପୁର ସହରର ଅନ୍ୟ ୭ଟି କମିଟିକୁ ୨ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି। ଏହାବାଦ ଅନ୍ୟ କିଛି ବଡ କମିଟିକୁ ମଧ୍ଯ ଅନୁଦାନ ମିଳିବ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ମିଳିତ ସମନ୍ବୟ ସମିତିକୁ ସଂସ୍କୃତି ବିଭାଗ ଏବର୍ଷ ଆଗୁଆ ୧୫ ଲକ୍ଷ ଟଙ୍କା ପ୍ରଦାନ କରିସାରିଛି।

ଏହି ଅନୁଦାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ମିଳିତ ସମନ୍ୱୟ ସମିତି, ଶୀତଳଷଷ୍ଠୀ ଯାତ୍ରା,ସମ୍ବଲପୁର ତରଫରୁ ଅନେକ ଅନେକ ଧନ୍ୟବାଦ ଓ କୃତଜ୍ଞତା ଦିଆଯାଇଛି। ଏନେଇ ଆଜି ବିଜେଡି ପକ୍ଷରୁ ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି।

Comments are closed.