ରାଉରକେଲାରେ ଜଳିଗଲା ମୋ ବସ୍ , ଯାତ୍ରୀ ସୁରକ୍ଷିତ

ରାଉରକେଲା – ରାଉରକେଲାରେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ‘ମୋ ବସ୍‌’ର ଯାତ୍ରୀ । ବସଟି ରାଉରକେଲାରୁ ବେଦବ୍ୟାସ ଯାଉଥିବା ବେଳେ ଟିସିଆଇ ଛକ ନିକଟରେ ଏଥିରେ ନିଆଁ ଲାଗିଯାଇଥିଲା। ସେତେବେଳେ ବସରେ ପ୍ରାୟ ୧୦ ଜଣ ଯାତ୍ରୀ ଥିଲେ । ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଘଟଣା ଘଟିଥିଲା ।

ଇଞ୍ଜିନ ପାଖରୁ ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନେ ଡ୍ରାଇଭରଙ୍କୁ ଜଣାଇଥିଲେ। ଡ୍ରାଇଭର ସଙ୍ଗେ ସଙ୍ଗେ ବସକୁ ରାସ୍ତାକଡ଼କୁ ନେଇ ଯାଇଥିଲେ। ତା’ପରେ ବସ୍ କର୍ମଚାରୀ ଓ ଯାତ୍ରୀମାନେ ବସରୁ ଓହ୍ଲାଇ ଯାଇଥିଲେ। ଏହା ପରେ ପରେ ବସ୍‌ରେ ନିଆଁ ଲାଗି ଯାଇଥିଲା। ନିଆଁରେ ବସ୍‌ଟି ସଂପୂର୍ଣ୍ଣ ଜଳିଯାଇଛି । ବସରେ କାହିଁକି ନିଆଁ ଲାଗିଲା, ତାହା ଜଣାପଡ଼ିନାହିଁ।

Comments are closed.