ଡ୍ରୋନ ପାଟ୍ରୋଲିଂ ପାଇଁ କମିଶନରେଟ୍ ପୋଲିସର ପ୍ରସ୍ତୁତି

ଭୁବନେଶ୍ୱର – ଏଥର ଭୁବନେଶ୍ୱରରେ ଡ୍ରୋନ ପାଟ୍ରୋଲିଂ ହେବ। କମିଶନରେଟ ପୋଲିସ ଏଥିପାଇଁ ପ୍ରସ୍ତୁତ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ହାଇ ଡେଫିନେସନ କ୍ଲାରିଟି ଥିବାରୁ, ଏରିଏଲ ଭ୍ୟୁ ପାଇଁ ଡ୍ରୋନକୁ ପାଟ୍ରୋଲିଂ ପାଇଁ ବ୍ୟବହାର କରାଯିବ। ଏହା ଭିଆଇପି ପ୍ରୋଗ୍ରାମ, ବିଧାନସଭା ଅଧିବେଶନ ଓ ଲ’ ଆଣ୍ଡ ଅର୍ଡର, ହକି, ଫୁଟବଲ ଇଭେଣ୍ଟ ପାଇଁ ଏହା ସହାୟକ ହେବ।

ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇ ପାରିବ। ୫୦୦ ମିଟର ଉଚ୍ଚତା ଓ ୫ କିଲୋମିଟର ଯାଏଁ ପାଟ୍ରୋଲିଂ ଡ୍ରୋନ ଉଡିବ । ଏବେ ଗୋଟିଏ ଡ୍ରୋନ ବ୍ୟବହାର ହେବ, ପରେ ଆହୁରି ଅଣାଯିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।

Comments are closed.