ଗୀତା ଉପଦେଶ: ଭଗବାନଙ୍କର ବିଶ୍ୱରୂପ ତାଙ୍କ ଐଶ୍ୱର୍ଯ୍ୟର ପରିପ୍ରକାଶରେ ପରିପୂର୍ଣ୍ଣ

ଗୀତା ଉପଦେଶ: ଭଗବାନଙ୍କର ବିଶ୍ୱରୂପ ତାଙ୍କ ଐଶ୍ୱର୍ଯ୍ୟର ପରିପ୍ରକାଶରେ ପରିପୂର୍ଣ୍ଣ

ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କହୁଛନ୍ତି : -ଏବମୁକ୍ତ୍ୱା ତତୋ ରାଜନ୍‌ମହାଯୋଗେଶ୍ୱରୋ ହରିଃ । ଦର୍ଶୟାମାସ ପାର୍ଥାୟ ପରମଂ ରୂପମୈଶ୍ୱରମ୍ ।।୯।।

ଅର୍ଥାତ :- ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ‘ଯୋଗେଶ୍ୱର’ ଭାବରେ ସମ୍ବୋଧନ କରିଛନ୍ତି । ବର୍ତ୍ତମାନ ସଞ୍ଜୟ, ତା’ ସହିତ ଶ୍ରେଷ୍ଠତାସୂଚକ ‘ମହାନ’ ଶବ୍ଦ ଯୋଗ କରି, ତାଙ୍କୁ “ମହାଯୋଗୀଶ୍ୱର” ଭାବରେ ସମ୍ବୋଧନ କରୁଛନ୍ତି । ବେଦବ୍ୟାସ ସଞ୍ଜୟଙ୍କୁ ଦୂରଦୃଷ୍ଟିର ବରଦାନ ଦେଇଥିଲେ । ତେଣୁ ସେ ମଧ୍ୟ, ଅର୍ଜୁନଙ୍କ ପରି, ଭଗବାନଙ୍କ ବିଶ୍ୱରୂପର ଦର୍ଶନ କରିଥିଲେ । ପରବର୍ତ୍ତୀ ଚାରିଗୋଟି ଶ୍ଲୋକରେ, ସେ ଅର୍ଜୁନ ଦର୍ଶନ କରୁଥିବା ଦୃଶ୍ୟର ବର୍ଣ୍ଣନା ଧୃତରାଷ୍ଟ୍ରଙ୍କ ସମ୍ମୁଖରେ କରୁଛନ୍ତି । ଐଶ୍ୱର୍ଯ୍ୟ ଶବ୍ଦର ଅର୍ଥ ‘ଗରିମାମୟ’ । ଭଗବାନଙ୍କର ବିଶ୍ୱରୂପ ତାଙ୍କ ଐଶ୍ୱର୍ଯ୍ୟର ପରିପ୍ରକାଶରେ ପରିପୂର୍ଣ୍ଣ, ଯାହା ଦର୍ଶକ ମନରେ ଭୟ, ବିସ୍ମୟ ଏବଂ ଭକ୍ତି ଉତ୍ପନ୍ନ କରିଥାଏ ।

Comments are closed.