ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରକୋପ ଜାରି, ସାଢେ ୨ଟା ସୁଦ୍ଧା ସମ୍ବଲପୁର ତାପମାତ୍ରା ୪୨.୬ ଡିଗ୍ରୀ ସେଲସିୟସ

ଭୁବନେଶ୍ବର- ରାଜ୍ୟର ଅନେକ ଅଞ୍ଚଳରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ବିଶେଷକରି ପଶ୍ଚିମ ଓଡ଼ିଶାରେ ତାତିର ପ୍ରଭାବ ଅଧିକ ରହୁଛି।
ଆଜି ଦିନ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁର ଥିଲା ରାଜ୍ୟର ଉତ୍ତପ୍ତ ସହର । ଏଠାରେ ସର୍ବାଧିକ ୪୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡାରେ ୪୨.୪ ଡିଗ୍ରୀ, ହୀରାକୁଦରେ ୪୧.୬ ଡିଗ୍ରୀ, ଭୁବନେଶ୍ବରରେ ୩୯.୨ ଡିଗ୍ରୀ, ଚାନ୍ଦବାଲିରେ ୩୮ ଡିଗ୍ରୀ, ବାଲେଶ୍ବରରେ ୩୭.୮ ଡିଗ୍ରୀ, କେନ୍ଦୁଝରରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ପୁରୀରେ ୩୪.୬ ଡିଗ୍ରୀ, ଗୋପାଳପୁରରେ ୩୩.୪ ଡିଗ୍ରୀ ଓ ପାରାଦୀପରେ ୩୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆଉ କିଛି ଦିନ ଧରି ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ ।

Comments are closed.