ଏ ବର୍ଷଠାରୁ ଅନଲାଇନ ଜରିଆରେ ଯୁକ୍ତ ଦୁଇ ସ୍ପଟ ଆଡମିଶନ

ଭୁବନେଶ୍ବର- ଯୁକ୍ତ ଦୁଇ ସ୍ପଟ୍ ଆଡମିଶନ ଚଳିତବର୍ଷ ଠାରୁ ଅନ୍‌ଲାଇନ ଜରିଆରେ ହେବ ‌। ମେରିଟ୍ ଲିଷ୍ଟ ଅନୁସାରେ ଛାତ୍ରଛାତ୍ରୀମାନଙ୍କୁ ସିଟ୍ ମିଳିବ । ସ୍ପଟ୍ ଆଡମିଶନ ପାଇଁ ସିଲେକ୍ସନ୍ ହେଲେ ହ୍ୱାଟ୍ସଆପ୍‌ କିମ୍ବା ଏସ୍‌ଏମ୍‌ଏସ୍‌ ଜରିଆରେ ସୂଚନା ଦିଆଯିବ । କାଗଜପତ୍ରରେ ଦୁର୍ନୀତି ରୋକିବାକୁ ସାମ୍‌ସ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଚଳିତ ମାସ ୧୭ ତାରିଖରେ ନିର୍ଦ୍ଦେଶନାମା ଜାରି ହୋଇଛି।

ମାଟ୍ରିକ ପାସ୍‌ କରିଥିବା ଯେଉଁ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ ଆଡ୍‌ମିଶନ କରିବାକୁ ଅବେଦନ କରିନଥିବେ, ସେମାନଙ୍କ ମୋବାଇଲକୁ ଏସ୍‌ଏମ୍‌ଏସ୍ ଜରିଆରେ ବାର୍ତ୍ତା ପଠାଇ ଇ-ଆଡମିଶନ ଜରିଆରେ ନାମ ଲେଖାଇବାକୁ ସଚେତନ କରାଯିବ।

Comments are closed.